ମେଷ:-ପୂର୍ବରୁ କରିଥିବା ଭୁଲ ଗୁଡିକୁ ସଂଶୋଧନ କରିବାର ସୁଯୋଗ ପାଇବେ। ପ୍ରେମୀଯୁଗଳ ଇଣ୍ଟରନେଟ୍ ଦ୍ଵାରା ନୂତନ ବନ୍ଧୁ ବା ମିତ୍ର ସୃଷ୍ଟି କରିପାରିବେ। କର୍ମକ୍ଷେତ୍ରରେ କର୍ମଚାରୀମାନେ ଆପଣଙ୍କୁ ସାହାଯ୍ୟ କରିବା ଫଳରେ ଜନସାଧାରଣଙ୍କ ନିକଟରେ ନିଜର ପ୍ରତିଭାକୁ ବିକଶିତ କରି ପାରିବେ। ସନ୍ତାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ, ସେଥିପାଇଁ ଆପଣ ଗର୍ବ ଅନୁଭବ କରିବେ। ନିଜ ପରିବାରର ସଦସ୍ୟଙ୍କ ସହିତ ଅଧିକାଂଶ ସମୟ ବିତାଇବେ। ପ୍ରତିକାର- ଅଷ୍ଟଗନ୍ଧ ତିଳକଚନ୍ଦନ ଧାରଣ କରନ୍ତୁ।
ବୃଷ:-ସମାଜର ଗୁରୁତ୍ଵପୂର୍ଣ୍ଣ ଲୋକଙ୍କ ସହିତ ସମ୍ପର୍କ ମଜବୁତ ହେବା ଫଳରେ ସରକାରଙ୍କ ଠାରୁ ସମ୍ମାନ ମିଳିପାରେ। ବ୍ୟବସାୟରେ ବଡ ଧରଣର ନିବେଶ କରିବା ପାଇଁ ଚିନ୍ତା କରିବେ। ଅଳ୍ପ ଦୂରକୁ ଯାତ୍ରା କରିବାର ସମ୍ଭାବନା ଅଛି। ମାର୍କେଟିଂ ସହିତ ଜଡିତ ଲୋକମାନେ ଭଲ ଆର୍ଥିକ ଲାଭ ପାଇବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ସାଙ୍ଗମାନଙ୍କ ଠାରୁ ଉପହାର ପାଇବାର ସମ୍ଭାବନା ଅଛି। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।
ମିଥୁନ:-କର୍ମକ୍ଷେତ୍ରରେ କର୍ମଚାରୀଙ୍କ ଠାରୁ କାମ ଆଦାୟ କରିବାକୁ ନିଜେ ପରିଶ୍ରମ କରିବାକୁ ପଡିବ। ଭବିଷ୍ୟତକୁ ନେଇ କାଳ୍ପନିକ ଚିନ୍ତାଧାରାରେ ରହିବେ ଓ ଭଲ ସୁଯୋଗର ଲାଭ ଉଠାଇ ପାରିବେ। ଯେ କୌଣସି କଥାରେ ନା ଶବ୍ଦ କହିବାକୁ ବହୁତ କଷ୍ଟ ହେବ। ଯେଉଁ କାର୍ଯ୍ୟ କରିବାକୁ ଇଛା କରୁନଥିଲେ, ପରିସ୍ଥିତିରେ ପଡି ସେହି କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ବିଦ୍ୟାର୍ଥୀମାନଙ୍କର ପାଠପଢା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ କଳାପରେ ଆଗ୍ରହ ବୃଦ୍ଧି ପାଇବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
କର୍କଟ:-ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ସ୍ଵାସ୍ଥ୍ୟରେ ସୁଧାର ଆସିବା ସହିତ ଦଇତ୍ଵ ବଢିଯିବ। ବ୍ୟବସାୟ କ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଲେ ମଧ୍ୟ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ ଓ ସବୁଥିରେ ସଫଳତା ମିଳିବ। ଭାଇ ବନ୍ଧୁମାନଙ୍କ ଠାରୁ ଲାଭ ମିଳିବ। ପରିବାରରେ ସମୟ ବିତେଇବେ ଓ ଗୃହରେ ଶୁଭ କାର୍ଯ୍ୟ ମଧ୍ୟ ହୋଇ ପାରେ। ସାମ୍ବାଦିକ ମାନଙ୍କର ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ପ୍ରତିକାର-ଫିକାରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।
ସିଂହ:-ସାମାନ୍ୟ ପରିଶ୍ରମ କରି ଅଧିକ ଲାଭ ପାଇବେ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରି ପାରନ୍ତି । ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ପେଶା, ବ୍ୟବସାୟ, ଭାଗୀଦାରି ଓ ବନ୍ଧୁମିତ୍ରଙ୍କ ଦ୍ୱାରା ଲାଭବାନ ହେବେ। ରାଜନୀତି କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ। ପ୍ରତିକାର-ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।
କନ୍ୟା:-ପିଲାଦିନର ସାଙ୍ଗମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇପାରିବେ। ନିଜର ଇଛାଶକ୍ତିକୁ ଅନ୍ୟଉପରେ ଲଦିଦେଇ ଫାଇଦା ଉଠେଇ ପାରିବେ। ପୈତୃକ ବ୍ୟବସାୟରେ ଉନ୍ନତି ହେବା ସହ ପୂର୍ବରୁ କରିଥିବା ପରିଶ୍ରମର ଫଳ ଉଚିତ୍ ପରିମାଣରେ ମିଳିପାରେ। ଆମଦାନୀ ରପ୍ତାନି ବ୍ୟବସାୟ ଲାଭଦାୟକ ହେବ। ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଯାତ୍ରା ଫଳରେ ଉତ୍ସାହିତ ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ତୁଳା:-ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। କଳା, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ପରିବାରରେ କ୍ରୋଧ ନିୟନ୍ତ୍ରଣ ନ ରଖିଲେ କ୍ଷତି ସହିବେ। ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ବିଚ୍ଛା:-ଶତୃ ଓ ବିରୋଧୀଙ୍କ ଠାରୁ ନିଜର ବୁଦ୍ଧିମତା କାରଣରୁ କାମ ହାସଲ କରିପାରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ରାଜନୀତି କ୍ଷେତ୍ର ସୁଦୃଢ ହେବ। ପାରିବାରିକ ଦୁଶ୍ଚିନ୍ତାରେ ମାନସିକ ଅଶାନ୍ତି ଦେଖାଦେଇ ପାରେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ଧନୁ:-ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ। ପୁରୁଣା ରୋଗ ସମସ୍ୟାରୁ ମୁକ୍ତି ମିଳିବ। ଅଧିକ ଓଭରଟାଇମ କାମ କରିବାକୁ ପଡିପାରେ। ନିଜର କାର୍ଯ୍ୟର ଗୁଣବତାକୁ ବଢାଇବାକୁ ଚେଷ୍ଟା କରିବେ। ଯୋଜନା ଅନୁଯାଇ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଅନିୟମିତ ଖାଦ୍ୟ ଖାଇବା ହେତୁ ଗ୍ୟାଷ୍ଟିକ ଓ ମୁଣ୍ଡବ୍ୟଥା ସମସ୍ୟା ଦେଖାଦେବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମକର:-ସ୍ୱାସ୍ଥ୍ୟ ଦିଗରୁ ପ୍ରାୟତଃ ଠିକ୍ ରହିବ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତିର ସୂଚନା ପାଇବେ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ଯାତ୍ରାରେ ସଫଳତା ପ୍ରାପ୍ତି ହେବ। ଜମିବାଡ଼ି ନେଇ କେତେକ ସମସ୍ୟା ସମାଧାନ ହେବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
କୁମ୍ଭ:-ଭାଗୀଦାରୀ ବ୍ୟବସାୟି ମାନଙ୍କ ସହିତ ସାମାନ୍ୟ ତାଳମେଳ ରହିବ। ବିଦ୍ୟାର୍ଥୀମାନେ ଶିକ୍ଷକମାନଙ୍କ ଠାରୁ ବିଶେଷ ମାର୍ଗଦର୍ଶନ ପାଇବେ। ଯେପରି ଆପଣଙ୍କ କଥାରେ କାହାର ହ୍ରୁଦୟକୁ ନବାଧୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସଞ୍ଚୟ କରିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ କରିପାରନ୍ତି। ଜୀବନସାଥୀଙ୍କ ସହିତ ମତଭେଦ ବଢିବାକୁ ଦିଅନ୍ତୁ ନାହିଁ। ନିଜର ଇଛାଶକ୍ତିକୁ ଅବହେଳା କରନ୍ତୁ ନାହିଁ। ବେଳେବେଳେ କ୍ରୋଧିତ ହୋଇପାରନ୍ତି। ଅଳସୁଆପଣକୁ ଦୂର କରନ୍ତୁ। ପ୍ରତିକାର :- ଭୋକିଲା ଲୋକଙ୍କୁ ଭୋଜନ ଦିଅନ୍ତୁ।
ମୀନ:-ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ। ପରିବାରରେ ସୁଖ ସମ୍ପଦ ପ୍ରାପ୍ତି ହେବ। ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢ଼େଇବା ବୁଦ୍ଧିମତା ପୂର୍ଣ୍ଣ ହେବ। ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।