ମେଷ:-କେତେକ ସୂତ୍ରରୁ କିଛି ଧନ ପାଇବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବାସହ ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ବୃଷ:-ଶତୃମାନେ ଦୂରେଇ ଯିବା ଫଳରେ ମାନସିକ ଶାନ୍ତି ମିଳିବ। ସୁଖ ସମୃଦ୍ଧି ବୃଦ୍ଧିହେବାସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ବ୍ୟବସାୟରେ ସଫଳତା ଅର୍ଜନ କରିବାସହ କମିଶନ କାର୍ଯ୍ୟରେ ବିଶେଷ ଲାଭ ହେବାର ସମ୍ଭାବନା ଅଛି। ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ। ଦୁଶ୍ଚିନ୍ତା ଦୂରହେବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ। ପତି-ପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମିଥୁନ:-ସହକର୍ମୀ ଓ ବିଭାଗୀୟ ଅଧିକାରୀ ମାନଙ୍କସହ ସମ୍ବନ୍ଧରେ ଦୃଢତା ସୃଷ୍ଟିହେବ। କର୍ମକ୍ଷେତ୍ରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ ଓ ଶୁଭ ସମ୍ବାଦ ପାଇ ଖୁସିହେବେ। ପରିବାରରେ ମାନ ମନାନ୍ତର ଦୂର ହୋଇ ମାନସିକ ଏକାଗ୍ରତା ବଜାୟ ରଖି ପାରିବେ। ରାଜନୀତି କ୍ଷେତ୍ରରେ ଯଶଲାଭ, ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ପ୍ରତିକାର- ଅଷ୍ଟଗନ୍ଧ ତିଳକ ଚନ୍ଦନ ଧାରଣ କରନ୍ତୁ।
କର୍କଟ:-ଶିକ୍ଷାକ୍ଷେତ୍ରରେ ସାଙ୍ଗସାଥିମାନେ ସାହାଯ୍ୟ କରିବେ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଭାତୃ ବିବାଦ, ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇ ପାରେ। କର୍ତ୍ତବ୍ୟ ନିଷ୍ଠାରୁ ଯଶପ୍ରଶଂସାର ଅଧିକାରି ହେବେ। ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନାନା ପ୍ରକାର ସଂଘର୍ଷ ମଧ୍ୟରେ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇ ପାରନ୍ତି। ଜଗିରଖି କଥା ନ କହିଲେ କୌଣସି ଅସୁବିଧାରେ ଫଶି ଯିବେ। ପ୍ରତିକାର- ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ।
ସିଂହ:-ସାଙ୍ଗମାନଙ୍କ ସାହାଯ୍ୟରେ, ଆପଣଙ୍କର ସମସ୍ତ କାର୍ଯ୍ୟ ସହଜ ସରଳରେ ସମାପ୍ତ କରିପାରିବେ। ଜୀବନ ସାଥୀଙ୍କ ପରାମର୍ଶରେ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। ରାଜନୀତିରେ କୃତକାର୍ଯ୍ୟ ହେବେ। ବ୍ୟବସାୟରେ ସଫଳତା ଅର୍ଜନ କରିବେ। ଆଚାର ବ୍ୟବହାର କଥାବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ କୌଣସି ଭୁଲ୍ କାମ କରି ଅନୁତାପ କରି ପାରନ୍ତି। ଟଙ୍କ। ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
କନ୍ୟା:-ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ। ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ। ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧିଘଟିବ ଓ ଲାଭବାନ ହେବେ। କାର୍ଯ୍ୟଭାର ବହନ କରି ଯାତ୍ରା କରିବାକୁ ପଡ଼ିବ। ବିଦ୍ୟା କ୍ଷେତ୍ରରେ ବୀଜୟ ପ୍ରାପ୍ତ ହେବ। ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ବିଶେଷ ଲାଭବାନ ହେବେ। ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ।
ତୁଳା:-ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ପ୍ରତିକାର- ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।
ବିଚ୍ଛା:-କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ନିଜ ଚେଷ୍ଟାରେ ସାମାନ୍ୟ ଚେଷ୍ଟାକଲେ ବାକିଥିବା ଅର୍ଥ ପାଇବେ। ଗୃହ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ। ରାଜନୈତିକ ଜୀବନ ଝଡଝଞ୍ଜାମୟ ଥିଲେବି ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧିହେବ। ଆଶା କରିଥିବା କାମ ପୂରଣ ହେବା ଯୋଗେ ମନ ଖୁସି ହେବ। ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ଧନୁ:-ସେବା ସମ୍ବନ୍ଧିୟ କାର୍ଯ୍ୟରେ ପ୍ରଶଂସିତ ହେବେ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ନିଜର କାର୍ଯ୍ୟ ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ। ଦୃଢ଼ ନିଷ୍ଠା ବଳରେ ବଡ଼ ସଫଳତା ହାସଲ କରିପାରିବେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଉଚିତ୍। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ମକର:-ଶତୃମାନଙ୍କୁ ମୁକାବିଲା କରି ପାରିବେ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଆସ୍ୱସ୍ତି ଲାଭ କରିବେ। ପିଲାଙ୍କ ପାଠ ପଢା ସମସ୍ୟା ନେଇ ମନ ସ୍ଥିର ରହିବ। ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବ। ବ୍ୟବସାୟ କ୍ଷେତ୍ରରେ ଗ୍ରାହକ ସେବାକୁ ଗ୍ରହଣ କଲେ ଆକସ୍ମିକ ଧନ ଲାଭ ହେବ। ପାରିବାରିକ ବ୍ୟବସ୍ଥା ପରି ବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବା ସହ ନିଜକୁ ଖୁସି ଓ ସୁରକ୍ଷିତ ଅନୁଭବ କରିବେ। ପ୍ରତିକାର:- ହଳଦୀ ଟିକେ ପାଣିରେ ମିଶେଇ ଗାଧାନ୍ତୁ।
କୁମ୍ଭ:-କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ। ଶତୃମାନେ ମିତ୍ରଭାବ ଆଚରଣ କରିବା ଫଳରେ ସୁଖ ସମୃଦ୍ଧି ବୃଦ୍ଧିହେବ। ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟ ଲାଭ କରିବେ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ବ୍ୟବସାୟରେ ଉନ୍ନତି ହେବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
ମୀନ:-କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଓ ବାଦବିବାଦ କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। ବ୍ୟବସାୟିକସ୍ଥିତି ସୁଦୃଢ ହେବ। ଏକ ସୁଖଦ କିନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା ହୋଇପାରେ। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।