ମେଷ:-ସରକାରୀ ଚାକିରି କରୁଥିବା ଲୋକଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡ଼ିବ। ମାର୍କେଟିଂ ସମ୍ବନ୍ଧୀୟ ବ୍ୟବସାୟରେ ବିଶେଷଲାଭ ହେବ। ବୈବାହିକ ସଂପର୍କରେ ଆନନ୍ଦ ଅନୁଭବ କରିବେ। ଜୀବନଶୈଳୀରେ ନୂତନ ଷ୍ଟାଇଲ ଅନୁସରଣ କରିବେ। ଉଚ୍ଚ ଅଧ୍ୟୟନରେ ଛାତ୍ରଛାତ୍ରୀ ମାନଙ୍କୁ କିଛି ଅସୁବିଧା ହେବନାହିଁ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇ ପ୍ରଶଂସା ପାଇବେ। ଆଜି ନିଜର କାମକୁ ପୂର୍ଣ୍ଣ ଉପଭୋଗ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ବୃଷ:-ସମ୍ପର୍କୀୟ ମାନଙ୍କ ସହିତ ଭଲରେ ସମୟ ଅତିବାହିତ କରି ପାରିବେ। କମ୍ ସମୟ ମଧ୍ୟରେ ଏକ ବଡ଼ ସଫଳତା ପାଇ ଆପଣ ସନ୍ତୁଷ୍ଟ ହେବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଉତ୍ସାହିତ ହୋଇ ପାରନ୍ତି। କୌଶଳ ସହିତ ବଡଧରଣର ବ୍ୟବସାୟ ପାଇଁ ଚୁକ୍ତିନାମା କାର୍ଯ୍ୟକାରୀ କରି ପାରିବେ। ଆପଣ ଆତ୍ମନିର୍ଭରଶୀଳ ହୋଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ଶାନ୍ତି ମିଳିବ। ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।
ମିଥୁନ:-ନୂତନ କାର୍ଯ୍ୟ ଆରମ୍ଭ କରିଲେ ଭଲ ଲାଭ ପାଇବେ। ସରକାରୀ ଆଦେଶକୁ ଅବମାନନା କରନ୍ତୁ ନାହିଁ। ଛୋଟ ଭୁଲଗୁଡ଼ିକୁ ସଂଶୋଧନ କରିବାକୁ ଚେଷ୍ଟା କରନ୍ତୁ। ଆପଣ ଏକ ନୂତନ ଚାକିରି ଅଫର୍ ପାଇପାରନ୍ତି। ଲୁକ୍କାୟିତ ପ୍ରତିଭାର ବିକାଶ କରିବାକୁ ସମର୍ଥ ହେବେ। ବ୍ୟବସାୟରେ ଆଶା କରାଯାଉଥିବା ଫଳାଫଳର ଆଧିକ୍ୟହେତୁ, ଆପଣ କିଛି ପରିବର୍ତ୍ତନ ବିଷୟରେ ଚିନ୍ତା କରିପାରନ୍ତି। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
କର୍କଟ:-କଠିନ ପରିଶ୍ରମ ଭଲ ଫଳାଫଳ ଦେବ। ସବୁ ଦିଗରୁ ଭଲ ଖବର ଆସିବା ଫଳରେ ଆପଣଙ୍କ ଆତ୍ମବିଶ୍ୱାସ ବଢିବ। ଆପଣ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ଫଳରେ ଏକାଗ୍ରତା ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଚୁକ୍ତିନାମା ପାଇବା ସମ୍ଭାବନା ଅଛି। ପିଲାମାନଙ୍କ ସହିତ ପିକନିକ୍ ଯୋଜନା କରି ପାରିବେ। ନିଜର କାର୍ଯ୍ୟ ଶୈଳୀରେ ନିଜେ ସନ୍ତୁଷ୍ଟ ହେବେ। ପ୍ରେମ ସଂପର୍କରେ ଘନିଷ୍ଠତା ରହିବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
ସିଂହ:-ଶତ୍ରୁନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ। କାର୍ଯ୍ୟକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ। ବିଦେଶ ଯାତ୍ରାରେ ଲାଭବାନ୍ ହେବେ। ଶିକ୍ଷା କ୍ଷେତ୍ରରେ ନକାରାତ୍ମକ ଦ୍ରବ୍ୟକୁ ତ୍ୟାଗକରି ସକାରାତ୍ମକ ଦ୍ରବ୍ୟକୁ ଗ୍ରହଣକରି ଆଗକୁ ବଢିବାର ପ୍ରୟାସ କରିବେ। ବ୍ୟବସାୟିକ କ୍ଷେତ୍ରରେ ସଫଳତା ପାଇବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତିି ହେବ ଓ ନୂତନ ଦ୍ରବ୍ୟ କ୍ରୟ କରି ପାରନ୍ତି। ଦେହମନ ଭଲ ରହିବ।ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।
କନ୍ୟା:-ବାଣିଜ୍ୟ କର୍ମରେ ଅସ୍ଥିରତା ଦୂର ହୋଇ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ଜ୍ଞାନୀ ବ୍ୟକ୍ତିଙ୍କର ପ୍ରେରଣା ଓ ସରକାରୀ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପଢ଼ାପଢ଼ିରେ ମାନସିକ ଶାନ୍ତିି ମିଳିବା ସହ ପୂର୍ଣ୍ଣ ସଫଳତା ପ୍ରାପ୍ତିହେବ। କର୍ମକ୍ଷେତ୍ରରେ ଦୂର ଯାତ୍ରାର ସୁଯୋଗ ପାଇ ପଦୋନ୍ନତି ଓ ନୂତନ ବନ୍ଧୁ ଲାଭ ହୋଇ ପାରିବ। ଦୃଢମନବଳ ଓ ଉତ୍ସାହର ସହିତ କାର୍ଯ୍ୟ କରିବେ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।
ତୁଳା:-ପ୍ରଶାସନ ସହିତ ଜଡିତ ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ଆତ୍ମ ସମ୍ମାନ ବୃଦ୍ଧି ପାଇବା ସହ ଦିନଟି ବହୁତ ଉତ୍ସାହଜନକ ହେବ। ବିବାହ ସମ୍ବନ୍ଧୀୟ ମାମଲା ଆଗକୁ ଯାଇପାରେ। କାର୍ଯ୍ୟ ପରିବେଶ ଆପଣଙ୍କ ସପକ୍ଷରେ ରହିବ ଓ ନୂତନ ଆୟର ଉତ୍ସ ବିକାଶ ହେବ। ସେୟାର ବଜାରରୁ ବଡ ଲାଭ ହୋଇପାରିବ। ଚାକିରିରେ ଉଚ୍ଚ ପଦାଧିକାରୀମାନେ ଆପଣଙ୍କ ଉପରେ ବହୁତ ଖୁସି ହେବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ବିଚ୍ଛା:-ସହକର୍ମିଙ୍କ ସହଯୋଗ ଫଳରେ ଆଶାତୀତ ଲାଭ ପାଇବେ। ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟଲାଭ ହେବ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଲାଭବାନ ହେବେ । ପାରିବାରିକ କ୍ଷେତ୍ରରେ ସୁଖ, ସମ୍ପତ୍ତି ଲାଭ ହେବା ଫଳରେ ଶାନ୍ତି ପାଇବେ। ରାଜନୀତି କ୍ଷେତ୍ରରେ ଅଯଥା ଦୌଡା ଝାପଟା କରିବାକୁ ପଡିବ। ଦୀର୍ଘଦିନ ଧରି ପଡିରହିଥିବା ଯୋଜନା ସାର୍ଥକହେବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ଧନୁ:-ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। କର୍ମକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଉଚ୍ଚଆଶା ସଫଳ ହେବ। ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଆମଦାନୀ ରପ୍ତାନି ବ୍ୟବସାୟରେ ଲାଭଦାୟକ ହେବ। ପରିବାରରେ ମାନ ମନାନ୍ତର ଦୂର ହୋଇ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତି କ୍ଷେତ୍ରରେ ଉନ୍ନତି ହେବା ସହ ସକଳ କାର୍ଯ୍ୟରେ ସଫଳହେବେ। ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।
ମକର:-ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସଫଳତା ଲାଭକରିବେ। ଦେଇଥିବା ଧନ ଫେରି ପାଇବା ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟରେ କର୍ମଚାରୀ ମାନଙ୍କୁ ଅତିବିଶ୍ୱାସକରି ଭରସା କଲେ କ୍ଷତି ସହିବେ। ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। କର୍ମ ମୁଖରତା ଯୋଗେ ଶାରୀରିକ ପିଡ଼ା ଭୋଗିବେ। ବିଦ୍ୟାର୍ଥିମାନେ ଉଚ୍ଚଶିକ୍ଷା ପାଇଁ ଚେଷ୍ଟିତ ହେବେ। ଯେ କୌଣସି କାର୍ଯ୍ୟରେ ହାତଦେଲେ ସଫଳ ହେବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କୁମ୍ଭ:-ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇ ଆର୍ଥିକସ୍ଥିତି ମଜବୁତ୍ ହେବ। ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ କରିବେ। ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ଜନ ସମ୍ପର୍କ ବୃଦ୍ଧି ପାଇବ। ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇ ଯିବ। ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବ ଦେଖା ଦେବ। ବିଦ୍ୟାର୍ଥିମାନେ ପ୍ରତିଯୋଗିତା ପରୀକ୍ଷାରେ ବିଜୟୀ ହେବେ। ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ। ପ୍ରତିକାର- ନୀଳ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ।
ମୀନ:-କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଭାକୁ ପ୍ରୋତ୍ସାହନ ମିଳିପାରେ। ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ। ନୂତନପନ୍ଥା ଅନୁସରଣ କରିବେ। ଜୀବନ ସାଥି, ସନ୍ତାନ ଓ ପରିବାରରେ ସମୟ ବିତେଇବେ। କୌଣସି ମହିଳା ବନ୍ଧୁଙ୍କ ସାହାଯ୍ୟ ଦ୍ଵାରା କର୍ମକ୍ଷେତ୍ରରେ ଉନ୍ନତି କରିବେ। ନୂଆ ଲୋଳଙ୍କ ସହିତ ସମ୍ପର୍କ ମଜବୁତ ହେବ। ଇଛାକରି କାମଧନ୍ଦାରେ ମନ ନ ଲାଗିବା ଫଳରେ ବହୁ କଷ୍ଟରେ କାର୍ଯ୍ୟ ପୂରଣ ହେବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।