ମେଷ:-କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଦୂରଯାତ୍ରାରେ ମାନସିକ ଶାନ୍ତି ଓ ସଫଳତା ପ୍ରାପ୍ତି ହେବ। ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ। ନିଜକୁ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ। ଋଣ ଭାରରୁ ମୁକ୍ତି ପାଇବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ବୃଷ:-ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ। ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। ବନ୍ଧୁ, ମିତ୍ର ସହକର୍ମୀ ଓ ଭାଗୀଦାରୀଙ୍କ ସମ୍ପର୍କରେ ମଧୁରତା ଆସିବ। ଖେଳ ନୃତ୍ୟ ଗୀତ ପ୍ରତିଯୋଗିତାରେ ସଫଳ ହେବେ। ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।
ମିଥୁନ:-ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟୀ ମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ସମସ୍ୟାକୁ ସୁଧାରି ନେବା ସହ ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ। ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ:-ଶତୃମାନେ ମିତ୍ରଭାବ ଆଚରଣ କରିବେ ଓ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ଦାମ୍ପତ୍ୟଜୀବନ ସୁଖମୟ ହେବ। ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
ସିଂହ:-କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଅନେକ ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗା ନେଇଥିବା ଦ୍ଵନ୍ଦର ସମାଧାନ ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ବ୍ୟବସାୟୀ ମାନଙ୍କର କାରବାର ବଢିବ। ମାନସିକ ସ୍ୱାସ୍ଥ୍ୟ ବ୍ୟବସ୍ଥିତ ରହିବ। ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।
କନ୍ୟା:-ସାମାଜିକସ୍ଥିତି, ମାନସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ବ୍ୟବସାୟ କ୍ଷେତ୍ରରେ କଠିିନ ପରିଶ୍ରମ କରି ଆଶାତୀତ ଲାଭବାନ୍ ହେବେ। ମନରେ ଥିବା ଅଶାନ୍ତି ଅସନ୍ତୋଷ ଦୂରେଇ ଯିବ। ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ। ଅଫିସ୍ କାମରେ ପରିଚାଳନାଗତ ସମସ୍ୟା ଦେଖାଦେଇ ପାରେ। ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ। ପରକଥାରେ ପଡି ପରିବାରରେ କଳହ ସୃଷ୍ଟି ହୋଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା:-ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଛାତ୍ର-ଛାତ୍ରୀମାନେ ଆଶା ଓ ଉର୍ଜା ଦ୍ଵାରା ଯେକୌଣସି ପ୍ରତିଯୋଗୀତାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ପ୍ରସିଦ୍ଧି, ମାନସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ଆୟକୁ ବଢେଇ ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ବିଚ୍ଛା:-ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବେ। ରାଜନୀତି କ୍ଷେତ୍ରରେ ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତବାଧା ବିଘ୍ନକୁ ଅତିକ୍ରମକରି ଆଗକୁବଢ଼ିବାର ଯୋଜନା ସଫଳ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ। ବ୍ୟବସାୟ ପ୍ରସାରଫଳରେ ଅତ୍ୟଧିକ ଲାଭହେବ। କର୍ମଜୀବୀ ମାନଙ୍କ ପାଇଁ ସହକର୍ମୀ ଓ ପଦାଧିକାରୀ ମାନଙ୍କର ସହଯୋଗ ବୃଦ୍ଧିପାଇବ। ପ୍ରତିଯୋଗୀ ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ଧନୁ:-ଆକସ୍ମିକ ଧନ ପ୍ରାପ୍ତି ହେବ। ଆର୍ଥିକ ଦିଗରୁ ଉନ୍ନତି ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ଦୂରଯାତ୍ରାରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।
ମକର:-ପରୀକ୍ଷା, ପ୍ରତି ଯୋଗୀତାରେ ବିଜୟୀ ହେବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତା ମିଳି ପାରେ। ଯାହାଦ୍ୱାରା କି ବହୁ ପରିମାଣରେ ଅଭିବୃଦ୍ଧିର ହାର ବଢ଼ିଯିବ। ଗୃହୋପକରଣ କ୍ରୟ କରିବେ। କାର୍ଯ୍ୟ ମଧ୍ୟମ ଧରଣର ହୋଇ ସଫଳତା ମିଳିବ କିନ୍ତୁ ସନ୍ତୁଷ୍ଟ ହେବେ ନାହିଁ। ଖର୍ଚ୍ଚବଢ଼ିବା ଯୋଗେ ପରିବାରରେ ଅସନ୍ତୋଷ ଦେଖାଦେଇ ପାରେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।
କୁମ୍ଭ:-ଶତୃବଧା ଦୂରେଇ ଯିବ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ପାରିବାରିକସ୍ତର ହସ ଖୁସିରେ କଟିବ ଓ ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ମାନସିକ ଦୁଶ୍ଚିନ୍ତା ଦୂର ହେବ। ଋଣମୁକ୍ତିପାଇଁ ରାସ୍ତା ଦେଖାଦେବ। କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦପଦବୀ ଲାଭ ହେବ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।
ମୀନ:-ବନ୍ଧୁ ମିତ୍ରମାନଙ୍କ ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ। ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ବ୍ୟୟ ଅପେକ୍ଷା ଆୟ ବୃଦ୍ଧିପାଇବ। ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ଆନନ୍ଦିତ ହେବେ। ବ୍ୟବସାୟିକ ଗତିବିଧି ଠିକ୍ ରହିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ। ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟା ସମାଧାନ ହୋଇଯିବା ଫଳରେ ଆନନ୍ଦିତ ହେବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।