ଅଗଷ୍ଟ ୧ ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଅଗଷ୍ଟ ୧ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ।

୪ ଜୁଲାଇ ୨୦୧୮ ର ମଧ୍ୟ ରାତ୍ରିରୁ ଶୁକ୍ର ସିଂହ ରାଶିକୁ ଚଳିଲେ। ସୂର୍ଯ୍ୟ ସିଂହ ରାଶିର ସ୍ଵାମୀ ଅଟନ୍ତି। ଶୁକ୍ର ସୂର୍ଯ୍ୟଙ୍କର ଶତ୍ରୁ ଗ୍ରହ ବା ସିଂହ ରାଶି ଶୁକ୍ରଙ୍କର ଶତୃ ରାଶି ଅଟେ। ଆସନ୍ତୁ ଜାଣିବା ନିଜର ଶତ୍ରୁ ଗୃହରେ ଥିବା ଶୁକ୍ର ସମସ୍ତ୧୨ଟି ରାଶିରେ କି ପ୍ରଭାବ ପକାଇବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶୁକ୍ରଙ୍କ ସିଂହ ରାଶିରେ ଚଳନ ହେତୁ ଗୋଚରରେ ୧୨ଟି ରାଶିର ଶୁଭାଶୁଭ ଫଳ:-

ମେଷ:-

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବେ। ପୁତ୍ର ଦ୍ଵାରା ଲାଭ। ଧନ ପ୍ରାପ୍ତିର ଯୋଗ ଅଛି। ଶତୃ ପରାଜିତ ହେବେ। ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ପ୍ରେମ ସମ୍ପର୍କ ସଫଳ ହେବ।

ବୃଷ:-

ବୃଷରାଶିର  ବ୍ୟକ୍ତିଙ୍କର ସମସ୍ତ ମନୋକମନା ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବ। ଭୋଗବିଳାସ ସାମଗ୍ରୀ କ୍ରୟ କରିବେ। ବନ୍ଧୁ ମିଳନ ଯୋଗ ରହିଛି। ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ମନ ଉଲ୍ଲାସିତ ରହିବ।

ମିଥୁନ:-

ସାହସ ପରାକ୍ରମରେ ବୃଦ୍ଧି। ଧନ ଲାଭ ହେବ। ଅଧିନସ୍ଥ କର୍ମଚାରିମାନେ ସାହାଯ୍ୟ ସହଯୋଗ କରିବେ। ପରିବାରରେ ସୁଖ ଶାନ୍ତିର ବାତାବରଣ ଦେଖାଦେବ।

କର୍କଟ:-

ସ୍ୱାସ୍ଥ୍ୟ ଉତ୍ତମ ରହିବ। ସନ୍ତାନ ପ୍ରାପ୍ତିର ଯୋଗ ଅଛି। ବିଦ୍ୟାର୍ଥୀମାନେ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ନୂତନ ବସ୍ତ୍ର କ୍ରୟ କରିବେ।

ସିଂହ:-

ଅବିବାହିତ ଯୁବକ ଯୁବତୀଙ୍କର ବିବାହ ଯୋଗ ଅଛି। ସନ୍ତାନ ସୁଖ ପ୍ରାପ୍ତି ହେବ। ବ୍ୟାପାରରେ ବୃଦ୍ଧି। ବିଦ୍ୟାର୍ଥୀମାନେ ପାଠ ପଢାରେ ମନ ଲଗାଇବେ।

କନ୍ୟା:-

ମିତ୍ର ଦ୍ଵାରା ଲାଭାନ୍ଵିତ ହେବେ। ଆର୍ଥିକ ଉନ୍ନତି ହେବ। ଭୋଗ ବିଳାସରେ ମନ ବଳାଇବେ। ପୁରୁଣା ରୋଗରୁ ଉପସମ ମିଳିବ। ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ତୁଳା:-

କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ପ୍ରେମ ସମ୍ବନ୍ଧ ସଫଳ ହେବ।

ବିଛା:-

ଶାରୀରିକ କଷ୍ଟ ଅନୁଭବ କରିବେ। ମାନସିକ ଚିନ୍ତା ବୃଦ୍ଧି ହେବ। ବେୟ ଅଧିକା ହେବ। କାର୍ଯ୍ୟ କ୍ଷେତ୍ରରେ ବାଧା ବିଘ୍ନ ଦେଖା ଦେବ। ସମ୍ପର୍କୀୟ ମାନଙ୍କ ସହ ବିବାଦ ହୋଇପାରେ।

ଧନୁ:-

ପ୍ରତ୍ୟକ କାର୍ଯ୍ୟରେ ଲାଭ ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ବନ୍ଧୁ ବାନ୍ଧବଙ୍କ ସାହାଯ୍ୟ ସହଯୋଗ ପ୍ରାପ୍ତି ହେବ।

ମକର:-

ଧନ ଲାଭ ହେବ। ସଙ୍କଟରୁ ମୁକ୍ତି ପାଇବେ। ସମ୍ପର୍କୀୟ ମାନଙ୍କଠୁ ଲାଭ ପ୍ରାପ୍ତି ହେବ। ନୂତନ ବସ୍ତୁ କ୍ରୟ କରିବେ ।

କୁମ୍ଭ:-

ପ୍ରତିଷ୍ଠା ପ୍ରତିପତ୍ତିରେ ବାଧା ପ୍ରାପ୍ତ ହେବ। ପରିଶ୍ରମର ମୂଲ୍ୟ ମିଳିବ ନାହିଁ। ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ଉପୁଜିବ। ଧାନ ହାନିର ଯୋଗ ଅଛି। ଅଯଥା ଭ୍ରମଣ କରିବେ।

ମୀନ:-

ଶତୃତାରେ ବୃଦ୍ଧି। ବ୍ୟାପାରରେ କ୍ଷତି ସହିବାକୁ ପଡିବ। ଦୁର୍ଘଟଣା ଗ୍ରସ୍ତ ହେବାର ସମ୍ଭାବନା ଅଛି।

ଶୁକ୍ରଙ୍କ ଅଶୁଭ ପ୍ରଭାବ କମ କରିବା ପାଇଁ ଉପାୟ।

ଶୁକ୍ରବାର ଦିନ ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ଧଳା ଗାଇଙ୍କୁ ସର୍ବଦା ରୁଟି ଖାଇବାକୁ ଦିଅନ୍ତୁ।

ଶୁକ୍ରବାର ଦିନ ତୁଳସୀଗଛ ଲଗାନ୍ତୁ।

ଶ୍ଵେତ ବସ୍ତ୍ର, ଚିନୀ, ଘିଅ, କ୍ଷୀର, ଦହି ବା ରୂପା ଆଦି ବସ୍ତୁ ଦାନ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!