ହିତୋପଦେଶ- କିଛି ଏଭଳି କଥା ଯାହା ଆପଣଙ୍କ ଜୀବନରେ ଆଣିଦେବ ଏକ ନୂଆ ଦିଗ, ଥରେ ନିଶ୍ଚୟ ପରୀକ୍ଷା କରି ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ଆମେ ସ୍ଵାଗତ କରୁଛୁ । ଆଜି ଆମେ ଭଗବାନ ମନୁଙ୍କ ଦ୍ଵାରା କୁହାଯାଇଥିବା କିଛି ହିତୋପଦେଶ ବିଷୟରେ କହିବୁ ଯାହା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିପାରିବ । ତେବେ ଆମେ ଯେତିକି ନୀତି ଗ୍ରନ୍ଥ ମାନ ସବୁ ପଢୁଚେ ସେଥିରେ ଏମିତି କିଛି ନା କିଛି ଥାଏ ଯାହା ଆମ ଜୀବନରେ କାମ ରେ ଲାଗେ । ସେହିଭଳି ହେଉଛି ଏହି ଗ୍ରନ୍ଥ ମନୁଙ୍କ ହିତୋପଦେଶ । ତେବେ ଆସନ୍ତୁ ଜାଣିବା ସେହି ସବୁ ହିତୋପଦେଶ ଗୁଡିକ କଣ । 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ହିତୋପଦେଶ

(୧) ବ୍ୟଭିଚାରୀ ଭୂଭର୍ତୁସ୍ତ୍ରୀ ଲୋକ ପ୍ରାପ୍ନୋତି ନିନ୍ଦ୍ୟତାମ୍,
ଶୃଗାଳ ଯୋନିଂ ପ୍ରାପ୍ନୋତି ପାପ ରୋଗେଇଶ୍ଵ ପୀଡ୍ୟତେ ॥

ଅର୍ଥାତ୍- ପତିକୁ ବିପରୀତ ଆଚରଣ ତଥା ବ୍ୟଭିଚାର କରିବା ଦ୍ଵାରା ସ୍ତ୍ରୀ ଏହି ଜନ୍ମରେ ନିନ୍ଦାର ପାତ୍ରୀ ହେବା ସଙ୍ଗେସଙ୍ଗେ ପରଜନ୍ମରେ ମଧ୍ୟ ଶୃଗାଳ ଯୋନିରେ ଜନ୍ମ ହେବାକୁ ପଡେ ଏବଂ ପାପ ଜନିତ ବହୁ ରୋଗରେ ମଧ୍ୟ ସେ ସର୍ବଦା ପୀଡିତା ରହେ ।

(୨) ପିତା ଭର୍ତ୍ତା ସୂତୈବାପୀ ନେଚ୍ଛେଦ୍ ବିରହ ମାତ୍ମନଃ,
ଏଷାଂ ହି ବିରହେଣ ସ୍ତ୍ରୀ ଗର୍ହ୍ୟେ କୁର୍ଜ୍ୟାଦୁଭେ କୂଳେ॥

ଅର୍ଥାତ୍- ନାରୀ ପିତା, ପତି ବା ପୁତ୍ରଠାରୁ ନିଜକୁ କେବେ ଅଲଗା ରଖିବା ପାଇଁ ଇଚ୍ଛା ନ କରୁ, କାରଣ ସେମାନଙ୍କଠାରୁ ଅଲଗା ରହିବା ଦ୍ଵାରା ପିତୃକୁଳ ଓ ପତି କୁଳ ଉଭୟ କଳଙ୍କିତ ହେବାର ସମ୍ଭାବନା ଥାଏ ।

(୩) ଯତ୍ର ନାର୍ଜ୍ୟାସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ,
ଯତ୍ରେଇଃତାସ୍ତୁ ନ ପୂଜ୍ୟନ୍ତେ ସବସ୍ତତ୍ରା ଫଳାଃ କ୍ରିୟାଃ॥

ଅର୍ଥାତ୍- ଯେଉଁ ଗୃହରେ ନାରୀମାନଙ୍କର ଆଦର ସତ୍କାର କରାଯାଉଛି ସେଠାରେ ଦେବତାମାନେ ବିଚରଣ କରନ୍ତି। ଆଉ ଯେଉଁଠାରେ ନାରୀମାନଙ୍କୁ ଅନାଦର, ତିରସ୍କାର କରାଯାଏ ସେଠାରେ ସମସ୍ତ କର୍ମ ନିଷ୍ଫଳ ହୁଏ ।

(୪) ଆହାରାଚାରା ଚେଷ୍ଟା ଭି ଯଦଶୀଭିଃ ସମନ୍ୱିତୌ,
ସ୍ତ୍ରୀପୁଂସୌ ସମୁପେୟାତାଂ ତୟୋ ପୁତ୍ରୋ ପିତାଦୃଶ ।

ଅର୍ଥାତ୍- ସ୍ତ୍ରୀ ପୁରୁଷ (ପତି-ପତ୍ନୀ) ଉଭୟଙ୍କର ଜେଭଳି ଆହାର, ଆଚରଣ ଏବଂ ଚେଷ୍ଟା ହେବ ସେଭଳି ପୁତ୍ର ଜନ୍ମ ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଜନ୍ତ୍ର ଜ୍ୟୋତିଷ ପେଜ କୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!