ଘରେ ଯଦି ଏହି ତିନୋଟି କଥାକୁ ଧ୍ୟାନରେ ରଖନ୍ତି କେବେହେଲେ ଧନ-ଧାନ୍ୟର ଅଭାବ ରୁହେ ନାହିଁ, ନିଜେ କରିକି ଦେଖନ୍ତୁ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେବେହେଲେ ରହିବା ନାହିଁ ଧନ-ଧାନ୍ୟର ଅଭାବ

ଭାରତୀୟ ପରମ୍ପରା ଅନୁସାରେ ଏମିତି ଏକ କଥା କୁହା ଯାଇଛି, ଏହି କଥାଟିକୁ ଯଦି ମଣିଷ ଉପଲବ୍ଧ କରି ପାରିଲେ ବହୁତ ଲାଭବାନ ହୋଇ ପାରିବେ। ଭାରତୀୟ ପ୍ରାଚୀନ ପରମ୍ପରା ଅନୁସାରେ କିଛି ଏମିତି କାମ ଅଛି, ଯାହା ନିୟମିତ ଭାବେ ପାଳନ କରିଲେ ମନୁଷ୍ୟର ସମସ୍ତ ବାଧା ଦୂର ହୋଇଯାଏ ଓ  ଭାଗ୍ୟ ଭବିଷ୍ୟ ସୁଖ ମୟ ହୁଏ। ଏହି କଥାଟି ଛୋଟ ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ମଧ୍ୟ ସଫଳତା ମିଳିବା ସହିତ ଗୃହରେ ସୁଖ ସମୃଦ୍ଧି ଆଣି ଥାଏ। ତଳେ ଦର୍ଶା ଯାଇଥିବା କେତେ ଗୁଡିଏ ଉପାୟ କରନ୍ତୁ। ଦେଖିବେ ଧନ ସମ୍ବଧୀୟ ଯାହାବି ସମସ୍ଯା ସବୁ ଥିବମ ସେ ସବୁ ସହଜରେ ଦୂର ହେଇଯିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- କୁଳ ଦେବୀ ଦେବତାଙ୍କ ପୂଜା ଓ ପିତୃ ପୁରୁଷଙ୍କ ଶ୍ରାଦ୍ଧ 

ଭାରତୀୟ ପରମ୍ପରା ଅନୁସାରେ ଯେଉଁ ଘରେ କୁଳ ଦେବୀ ଦେବତାଙ୍କ ପୂଜା ଅର୍ଚ୍ଚନା କରାଯାଏ ସେହି ଘରେ ସୁଖ ସମୃଦ୍ଧି ମିଳିଥାଏ। ଏହା ବ୍ୟତୀତ ନିୟମିତ ଭାବେ ପରିବାରର ପିତୃ ପୁରୁଷଙ୍କ ଶ୍ରାଦ୍ଧ ଓ ଦାନ କର୍ମ କରାଯାଏ ସେହି ପରିବାରରେ ମଧ୍ୟ ସୁଖ ସମୃଦ୍ଧି ମିଳିଥାଏ। ଆପଣ ଏହା ଜାଣିବା ଜରୁରୀ ଅଟେ ଯେ କୁଳ ଦେବୀ ଦେବତାଙ୍କ ପୂଜା ନ କରିଲେ ପରିବାରରେ ଦୂର୍ଘଟଣା ଓ ନକରାତ୍ମକ ଶକ୍ତି ଆସିବା ଆରମ୍ଭ ହୋଇଯାଏ। ଏଥିପାଇଁ କୁଳ ଦେବୀ ଦେବତାଙ୍କ ପୂଜା କରିବା ଅତି ଆବଶ୍ୟକ ଅଟେ।

୨- ପାଞ୍ଚଟି ଜୀବକୁ ଖାଦ୍ୟ ଖୁଆନ୍ତୁ

ଜୀବନର କେତେ ଗୁଡିଏ ସମସ୍ୟାର ସମାଧାନ ଶାସ୍ତ୍ରରେ ଦିଆଯାଇଛି। ଯାହା- ଗାଈକୁ ରୁଟି ବା କଞ୍ଚା ଘାସ ଖୁଆଇବା, ପକ୍ଷୀମାନଙ୍କୁ ଗହମ, ଧାନ ଆଦି ଦାନା ଦେବା, କୁକୁରକୁ ରୁଟି ଦେବା, ପିମ୍ପୁଡି ଓ ଜନ୍ଦାକୁ ଚିନି ବା ଆଟା ଗୋଲି ଦେବା ଏବଂ ମାଛମାନଙ୍କୁ ଆଟାଗୋଲି ଖୁଆଇଲେ ସମସ୍ତ ପ୍ରକାର ଦୁଖଃ ଦୂର ହୋଇଥାଏ। ଏହି ସମସ୍ତଙ୍କୁ ତାଙ୍କର ଖାଦ୍ୟ ଦେଲେ ଘର ପରିବାରରେ ସୁଖ ଶାନ୍ତି ଆସିଥାଏ ଓ ସମସ୍ତ କଷ୍ଟରୁ ମୁକ୍ତି ମିଳି ଥାଏ।

୩- ପ୍ରଥମେ ଭଗବାନଙ୍କୁ ଭୋଗ ଲଗାଇବେ

ଭାରତୀୟ ପରମ୍ପରା ଅନୁସାରେ ନିଜେ ଖାଇବା ପୂର୍ବରୁ ପ୍ରଥମେ ଭଗବାନଙ୍କୁ ଭୋଗ ଲଗାଇବା ବୋଲି କୁହା ଯାଇଛି। ପ୍ରାଚୀନ କାଳରୁ ହିନ୍ଦୁମାନେ ଭୋଜନ କରିବା ପୂର୍ବରୁ ସେଥିରୁ କିଛି ଖାଦ୍ୟ ଦେବୀ ଦେବତାଙ୍କ ନିକଟରେ ସମର୍ପିତ କରିଥାନ୍ତି। ଶାସ୍ତ୍ର ଅନୁଯାଇ ମଧ୍ୟ ନିଜେ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଲଗେଇବା ଉଚିତ୍। ଏମିତି କୁହାଯାଇଛି ଯେ ଯେଉଁ ଘରେ ନିଜେ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଲଗାଯାଏ ସେଠାରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!