ନିଜ ଜନ୍ମ ତାରିଖରୁ ଏମିତି ଜାଣନ୍ତୁ ନିଜ ଜିବନସାଥୀଙ୍କୁ – ମୂଳାଙ୍କ କହିବ କେତେ ଭରସାଯୋଗ୍ୟ ଆପଣଙ୍କ ଜୀବନ ସାଥି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମୂଳାଙ୍କ କହିବ କେତେ ଭରସାଯୋଗ୍ୟ ଆପଣଙ୍କ ଜୀବନ ସାଥି

ଆପଣଙ୍କ ଜନ୍ମ ତିଥି ଆପଣଙ୍କ ପାଇଁ ବହୁତ ମହତ୍ୱ ଅଟେ । ସ୍କୁଲ୍, କଲେଜ୍ ଠାରୁ ଆରମ୍ଭ କରି ଚାକିରୀ କିମ୍ବା କିଛି କାର୍ଯ୍ୟ ପାଇଁ ଜନ୍ମ ତାରିଖ କହିବାକୁ ହୋଇ ଥାଏ । ଏହା ଛଡା ଜନ୍ମ ତାରିଖ କେବଳ କାଗଜ ପତ୍ର ନୁହେଁ ବ୍ୟବହାରିକ ଜୀବନରେ ମଧ୍ୟ ଦରକାର ହୋଇ ଥାଏ ଏବଂ ଜନ୍ମ ତାରିଖ ଦ୍ବାରା ଭବିଷ୍ୟତ ଜୀବନ ସମ୍ପର୍କରେ ଭଲ ମନ୍ଦ ସୂଚନା ମିଳି ଥାଏ । ଅଙ୍କ ଜ୍ୟୋତିଷ ଦ୍ବାରା ବ୍ୟକ୍ତିର ଜନ୍ମ ତାରିଖରୁ ଗୁଣଦୋଷ ନିର୍ଦ୍ଧାରଣ କରାଯାଇ ଥାଏ ଓ ବ୍ୟକ୍ତିର ଶୁଭ ଅଶୁଭ ସମ୍ପର୍କରେ ବିଶ୍ଳେଷଣ କରା ଯାଏ । ଏବେ ଆମେ ଆପଣଙ୍କୁ ଆପଣଙ୍କ ଜନ୍ମ ତାରିଖ ହିସାବରେ କେଉଁ ତାରିଖରେ ଜନ୍ମ ହୋଇଥିବା ଲୋକ ଆପଣଙ୍କ ଜୀବନସାଥୀ ହେବା ଆପଣଙ୍କ ପାଇଁ ଅଧିକ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜନ୍ମ ତାରିଖ କିମ୍ବା ତାର ମୁଳାଙ୍କ ଦ୍ବାରା ବାଛନ୍ତୁ ନିଜର ଜୀବନସାଥୀ

ମୂଳାଙ୍କ ୧-

ମାସର ୧, ୧୦, ୧୯ ଓ ୨୮ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ୧ । ଏହା ସୂର୍ଯ୍ୟଙ୍କ ଅଙ୍କ । ଏହି ତାରିକରେ ଜନ୍ମ ହୋଇଥିବା ଲୋକ ପ୍ରଖର ଓ ଆଦର୍ଶବାଦୀ ହୋଇ ଥାନ୍ତି । ନିଜ ଜୀବନ ସାଥୀ କୁ ବହୁତ ପ୍ରେମ କରି ଥାନ୍ତି ଏବଂ ସେ ତାଙ୍କର ସବୁ କଥାରେ ସହମତି ପ୍ରକାଶ କରନ୍ତୁ ବୋଲି ଆଶା ରଖିଥାନ୍ତି । ଏମାନଙ୍କୁ ୪ ଓ ୫ ମୂଳାଙ୍କ ମାନଙ୍କ ଠାରୁ ବିବାହ ଭଳି ବନ୍ଧନଠାର ଦୂରେଇ ରହି ୨, ୩ ଓ ୭ ମୁଲ୍ୟାଙ୍କ ଲୋକଙ୍କୁ ପ୍ରାଥମିକତା ଦେବା ଆବଶ୍ୟକ ।

ମୂଳାଙ୍କ ୨-

 

ମାସର ୨, ୧୧, ୨୦ ଓ ୨୯ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ୨ । ଏହା ଚନ୍ଦ୍ରଙ୍କ ଅଙ୍କ । ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଭାବୁକ ଓ ସମ୍ବେଦନଶୀଳ ହୋଇ ଥାନ୍ତି । ଯିଏ ଏମାନଙ୍କ ମନୋବଳକୁ ବଢ଼ାଇ ଥାନ୍ତି ଏମାନେ ତାଙ୍କୁ ପସନ୍ଦ କରନ୍ତି । ଏମାନଙ୍କୁ ୫ ମୂଲ୍ୟାଙ୍କଙ୍କ ଠାରୁ ଦୁରେଇ ରହିବା ଆବଶ୍ୟକ । ୨, ୬ ଓ ୯ ମୂଲ୍ୟାଙ୍କଙ୍କ ସାଙ୍ଗରେ ସମ୍ବନ୍ଧ ଯୋଡିବା ଏମାନଙ୍କ ପାଇଁ ବହୁତ ଶୁଭ ଦାୟକ ଅଟେ ।

ଆହୁରି ପଢନ୍ତୁ: ଏହି 4ଟି ରାଶି ବାଲାଙ୍କୁ ଆସିଥାଏ ସବୁଠୁ ଅଧିକ ରାଗ – ଏଥିରେ ଆପଣଙ୍କ ରାଶି ନାହିଁ ତ ? ଜାଣନ୍ତୁ କେମିତି କନ୍ଟ୍ରୋଲ କରିବେ ନିଜ ରାଗକୁ

ମୂଳାଙ୍କ ୩-

ମାସର ୩, ୧୨, ୨୧ ଓ ୩୦ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ୩ । ଏହା ଗୁରୁଙ୍କର ଅଙ୍କ ଅଟେ । ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ସମସ୍ତଙ୍କର ଯତ୍ନ ନେବା ସହିତ ଅନୁଶାସନ ପ୍ରିୟ ହୋଇ ଥାନ୍ତି । ସ୍ଵାଭିମାନୀ ସଂସ୍କାରୀ ମଧ୍ୟ ହୋଇ ଥାନ୍ତି । ଏମାନଙ୍କୁ ୩ ଓ ୮ ମୂଲ୍ୟାଙ୍କଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ । ୨, ୬ ଓ ୯ ମୂଳାଙ୍କ ଥିବା ଲୋକଙ୍କ ସହ ବିବାହ କରିବା ଅତ୍ୟନ୍ତ ଶୁଭ ଅଟେ ।

ମୂଳାଙ୍କ ୪-

ମାସର ୪, ୧୩, ୨୨ ଓ ୩୧ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ୪ । ଏହା ରାହୁଙ୍କର ଅଙ୍କ ଅଟେ । ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଭଲ ବନ୍ଧୁ ଓ ସହଯୋଗୀ ହୋଇଥାନ୍ତି । ବନ ଭ୍ରମଣ କରିବାକୁ ପସନ୍ଦ କରନ୍ତି । ନିଜ ଜୀବନ ପଦ୍ଧତିରେ କାହାକୁ ପୂରାଇବାକୁ ପସନ୍ଦ କରନ୍ତି ନାହିଁ । ଏମାନଙ୍କୁ ୧ ଅଙ୍କ ଥିବା ଲୋକଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ । ୪ ଓ ୬ ଅଙ୍କ ଥିବା ଲୋକଙ୍କ ସାଙ୍ଗରେ ବିବାହ କରିବା ଅତ୍ୟନ୍ତ ଭଲ ।

ଆହୁରି ପଢନ୍ତୁ: ରାଶିରୁ ରୁ ଜଣାପଡେ ସଫଳତାର ରାଜ୍ – ଜାଣନ୍ତୁ କାହାପାଖରେ ରହିଛି ପରିଶ୍ରମ କରି ସଫଳ ହେବାର କଳା

ମୂଳାଙ୍କ ୫-

ମାସର ୫, ୧୪ ଓ ୨୩ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ୫ । ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଉତ୍ତମ ବ୍ୟବହାର ଓ ଖୋଲା ହୃଦୟବାଲା ହୋଇ ଥାନ୍ତି । ଏମାନେ ସାଙ୍ଗ ସାଥୀ କରିବାରେ ମାହିର୍ ଅଟନ୍ତି । ଏମାନେ ଆଗପଛ ଚିନ୍ତା ନକରି ଖର୍ଚ୍ଚ କରନ୍ତି ଓ ଭଲ ଅଭିଭାବକ ହୋଇ ଥାନ୍ତି । ଏମାନଙ୍କ ପକ୍ଷେ ୧ ଅଙ୍କ ଥିବା ଲୋକଙ୍କ ଠାରୁ ଦୂରେଇ ରହିବା ଭଲ । ୩ ଓ ୮ ମୂଳାଙ୍କଥିବା ଲୋକଙ୍କ ସହ ଏମାନଙ୍କର ଭଲ ସମ୍ବନ୍ଧ ହୋଇ ଥାଏ ।

ମୂଳାଙ୍କ ୬-

ମାସର ୬, ୧୫ ଓ ୨୪ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ୬ । ଏହା ଶୁକ୍ରଙ୍କର ଅଙ୍କ ଅଟେ । ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ବହୁତ୍ ବିଳାସ ପ୍ରିୟ ଓ ଭବ୍ୟତା ପ୍ରିୟ ହୋଇ ଥାନ୍ତି । ଏହା ସହିତ ବିଶ୍ୱାସୀ ଏବଂ ଭଲ ସ୍ୱଭାବର ମଧ୍ୟ ହୋଇ ଥାନ୍ତି । ଏମାନଙ୍କୁ କୌଣସି ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ଠାରୁ ଦୂରତ୍ବ ବଜାୟ ରଖିବା ଆବଶ୍ୟକତା ନାହିଁ ହେଲେ ୨, ୩, ୪, ୬ ଓ ୯ ମୂଳାଙ୍କର ଲୋକ ମାନଙ୍କ ସହ ବିବାହ ବନ୍ଧନ ଅତି ଉତମ ହେବ ।

ମୂଳାଙ୍କ ୭-

ମାସର ୭, ୧୬ ଓ ୨୫ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ୭ । ଏହା କେତୁଙ୍କର ଅଙ୍କ ଅଟେ । ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ବହୁତ୍ ସମ୍ବେଦନଶୀଳ, ଭାବୁକ ଓ ଅନ୍ୟର ଭାବନାକୁ ବୁଝିବା ଭଳି ସ୍ୱଭାବର ହୋଇ ଥାନ୍ତି । ଏମାନେ ଚାହିଁଥାନ୍ତି କି ଏମାନଙ୍କର ସାଥୀ ସବୁବେଳେ ଏମାନଙ୍କୁ ଗୁରୁତ୍ବ ଦିଅନ୍ତୁ । ଏବଂ ଖୁସିରେ ରଖିବା ପାଇଁ ଅକସ୍ମାତ୍ ଉପହାର ଦିଅନ୍ତୁ । ଏମାନଙ୍କୁ ମଧ୍ୟ କୌଣସି ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ଠାରୁ ଦୂରତ୍ବ ବଜାୟ ରଖିବା ଆବଶ୍ୟକତା ନାହିଁ ହେଲେ ୭ ଏବଂ ୯ ମୂଳାଙ୍କର ଲୋକମାନଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଏମାନଙ୍କ ଯୋଡି ସର୍ବୋତ୍ତମ ହେବ ।

ମୂଳାଙ୍କ ୮-

ମାସର ୮, ୧୭ ଓ ୨୬ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ୮ । ଏହା ଶନିଙ୍କର ଅଙ୍କ ଅଟେ । ଏହି ତାରିଖରେ ଜନ୍ମ ହୋଇଥିବା ଲୋକ କ୍ଷଣ କୋପୀ, ଚଞ୍ଚଳ ଗତି, ବହୁତ ଅହଙ୍କାରୀ, ତାମସିକ, ବିଦ୍ୟାରେ ନିପୁଣ, ପର ଧନ ରେ ଲୋଭ ତଥା ଯସସ୍ୱୀ ଅଟନ୍ତି। ୨, ୪ ଓ ୬ ମୂଳାଙ୍କର ଲୋକମାନଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଏମାନଙ୍କ ଯୋଡି ସର୍ବୋତ୍ତମ ହେବ ।

ମୂଳାଙ୍କ ୯-

ମାସର ୯, ୧୮ ଓ ୨୭ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ୯ । ଏହା ମଙ୍ଗଳଙ୍କର ଅଙ୍କ ଅଟେ।  ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି କ୍ଷଣ କୋପୀ ହୋଇଥାନ୍ତି ଅର୍ଥାତ ଟିକେ ଟିକେ କଥାରେ ବହୁତ ଶୀଘ୍ର ରାଗିଯାନ୍ତି। ଏମାନେ କୌଶଳୀ ଏବଂ ଚିନ୍ତାଶୀଳ ମଧ୍ୟ ହୋଇଥାନ୍ତି। ୩ ଏବଂ ୬ ମୂଳାଙ୍କର ଲୋକମାନଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଏମାନଙ୍କ ଯୋଡି ସର୍ବୋତ୍ତମ ହେବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!