ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଡାଳିମ୍ବରେ ଥିବା ଔଷଧୀୟ ଗୁଣ ସମ୍ବନ୍ଧରେ, ଯାହା ଅନେକ ରୋଗ ଦୂର କରିଥାଏ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଡାଳିମ୍ବରେ ଥିବା ଔଷଧୀୟ ଗୁଣ ସମ୍ବନ୍ଧରେ, ଯାହା ଅନେକ ରୋଗ ଦୂର କରିଥାଏ।- Benefits of Pomegranate!

ପରିଚୟ ଓ ଦେଶଭେଦରେ ନାମ

ଏହାକୁ ସମସ୍ତେ ଭଲରୂପେ ଜାଣିଛନ୍ତି । ଏହି ଗଛ ସର୍ବତ୍ର ଅଛି । ପରିଚୟ ଲେଖିବା ଅନାବଶ୍ୟକ । ଏହାକୁ ଉକ୍ରଳରେ ଡାଳିମ୍ବ, ବେଦାନା, ବଙ୍ଗଳାରେ ଦାଡିମ୍‌ ଓ ଡାଳିମ୍ବ, ହିନ୍ଦିରେ ଅନାର, ତେଲୁଗୁରେ ଡାନିମ ଚେଟ୍ଟୁ, ସଂସ୍କୃତରେ କରକ, ଦାଡିମ୍ବ ରକ୍ତବୀଜ ଏବଂ ଇଂରାଜୀରେ ପ୍ରୋମେଗ୍ରାନେଟ୍‌ କୁହାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶାସ୍ତ୍ରୋକ୍ତ ଗୁଣ ଓ ମାତ୍ର

ଏହାର ପତ୍ର ଓ ଛେଲି  କଷାୟ ରସ । ଫଳକଷାୟ ମିଶ୍ରିତ ଅମ୍ଳ ଓ ଅଳ୍ପ ମଧୁର ରସ, ଶକ୍ରବର୍ଦ୍ଧକ, ବଳକାରକ, ମେଧାଜନକ, ତୃପ୍ତିକର ଓ ଜ୍ୱର, ତୃଷ୍ଣା, ଅତିସାର ଦାହ, ତ୍ରିଦୋଷ, କ୍ଷତ, ମୁଖରୋଗ ଓ କ୍ଳାନ୍ତି ନିବାରକ ଅଟେ । ମାତ୍ରା ଏକଅଣାରୁ ଆଠଅଣା ।

ଆହୁରି ପଢନ୍ତୁ: ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ

ରୋଗରେ ବ୍ୟବହାର ବିଧି

୧. ଏହାର ପତ୍ରକୁ ଛେଚି ରସ ବାହାର କରି ସେହି ରସରେ ଅଳ୍ପ ଗୋଲମରିଚ ଚୂର୍ଣ୍ଣ ମିଶାଇ ସେବନ କଲେ ପ୍ରବଳ ଅତିସାର ନିବାରିତ ହୁଏ ।

୨. ଡାଳିମ୍ବ ଫଳର ଚୋପାକୁ ଆଣି ଜଳରେ ବାଟି କେବଳ ତିନିଥର ସେବନ କଲେ ମନ୍ଦାଗ୍ନି ଦୂର ହୋଇ ଜୀର୍ଣ୍ଣଶକ୍ତି ବଢ଼େ ।

୩. କସିଡାଳିମ୍ବ ରସ ସଙ୍ଗରେ ତେନ୍ତୁଳପତ୍ର ରସ ମିଶାଇ ସେଥିରେ ଅଳ୍ପ ମହୁ ପ୍ରକ୍ଷେପ ଦେଇ ସେବନ କରିଲେ ନାଳରକ୍ତ ଝାଡ଼ା ଭଲ ହୁଏ ।

୪. ପାଚିଲା ଡାଳିମ୍ବ ରସ ଖାଇଲେ ଦୃଷ୍ଟିଶକ୍ତି ବଢ଼େ, କଣ୍ଠରୋଗ ନାଶ ହୁଏ, ଅତିସାର ଜ୍ୱର ପ୍ରଭୃତି ନିବାରିତ ହୁଏ ।

୫. ଏହି ଗଛର ଛେଲିକୁ ଜଳ ସଙ୍ଗରେ ବାଟି ସେଥିରେ ଅଳ୍ପ ମହୁ ପ୍ରକ୍ଷେପ ଦେଇ ଶିଶୁମାନଙ୍କୁ ସେବନ କରାଇଲେ ସେମାନଙ୍କର ଉଦରସ୍ଥ କୃମିସବୁ ମିରିଯାନ୍ତି । ଝାଡ଼ା ନିବାରିତ ହୁଏ ।

୬. ଡାଳିମ୍ବ ଫଳ ଚୋପାକୁ ଜଳରେ ଘର୍ଷଣ କରି ମାତୃସ୍ତନ୍ୟ କ୍ଷୀରରେ ମିଶାଇ ଅତି ଛୋଟ ଶିଶୁକୁ ସେବନ କରାଇଲେ ସେ ଶିଶୁର ସମସ୍ତ ପ୍ରକାର ଝାଡ଼ା ଓ ବାନ୍ତି ନିବାରିତ ହୁଏ ।

୭. ଡାଳିମ୍ବଫଳ ରସ ସଙ୍ଗରେ ମିଶ୍ରିଗୁଣ୍ଡ ମିଶାଇ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳୁ ସେବନ କରିଲେ ସବୁ ପ୍ରକାର ଅର୍ଶ ଭଲ ହୁଏ । ଏଥିରେ ମଧ୍ୟ ଧାତୁପୁଷ୍ଟି ହୁଏ, ବଳ ବଢ଼େ ଏବଂ ଉଦରର ଯାବତୀୟ ବେଦନା ନିବାରିତ ହୁଏ ।

୮. ଡାଳିମ୍ବ ପତ୍ରର ରସରୁ କିଛି କିଛି ପିଲାମାନଙ୍କୁ ପ୍ରତ୍ୟେହ ସେବନ କରାଇଲେ ସେମାନଙ୍କର ପେଟରୁ ସମସ୍ତ କୃମି ଝାଡ଼ା ଭଲ ହୋଇଯାନ୍ତି । ପିଲାମାନଙ୍କ କୃମି ନିମନ୍ତେ ଏହା ପ୍ରସିଦ୍ଧ ଉପାୟ ।

ଆହୁରି ପଢନ୍ତୁ: ଜାଣନ୍ତୁ! କର୍କଟ ରାଶି ବ୍ୟକ୍ତି ମାନଙ୍କର ଶୁଭ ଅଙ୍କ, ରତ୍ନ ଓ ରଙ୍ଗ। 

୯. ଡାଳିମ୍ବ ଫଳର ଚୋପାକୁ କୁଟି ଚୂର୍ଣ୍ଣକରି ସେ ଚୂର୍ଣ୍ଣକୁ ଉପଦଂଶ ବା ଗରମଘା ଉପରେ ବାରମ୍ବାର ପକାଇଲେ ତାହା ଶୁଖିଯାଏ ।

୧୦. ଅଳାଇଚ, ଯଷ୍ଟିମଧୁ ଓ ଡାଳିମ୍ବ ଚୋପାକୁ ଏକତ୍ର ସମାନ ପରିମାଣରେ ଆଣି ଜଳରେ ସିଝାଇ ସେହିଜଳକୁ ପାନ କରାଇଲେ ସମସ୍ତଙ୍କର ବାନ୍ତି ଝାଡ଼ା ଓ ହିକ୍‌କା ନିବାରିତ ହୁଏ ।

୧୧. ପିଆଜ, ଦୂବ, ଆମ୍ବଡାଳପତ୍ର ଓ ଡାଳିମ୍ବ ଫୁଲ ଏସବୁ ଦ୍ରବ୍ୟର ରସକୁ ଏକତ୍ରକରି ସେଥିରୁ କିଛି କିଛି ନାକରେ ପକାଇଲେ ପିନସ୍‌ ରୋଗ ଅର୍ଥାତ୍‌ ନାସାକ୍ଷତ, ନାସାଦୁର୍ଗନ୍ଧ  ଓ ନାସାସ୍ରାବ ପ୍ରଭୃତି ଭଲହୁଏ ।

ତାନ୍ତ୍ରିକ ପ୍ରୟୋଗ ବିଧି

୧୨. ଏହି ଗଛର ମଲାଙ୍ଗକୁ ଜ୍ୟେଷ୍ଠାନକ୍ଷତ୍ର ହୋଇଥିବା ଦିନ ଆଣି ପିଲାମାନଙ୍କ ଦେହରେ ଧାରଣ କରାଇଲେ ସେମାନଙ୍କଠାରୁ ସବୁରୋଗ ଦୂର ହୁଏ ।

୧୩. ଏ ଗଛର ପତ୍ର, ଫୁଲ, ଫଳ ଓ ଚେରକୁ ଆଣି ଏକତ୍ର ମିଶାଇ ବାଟି ନାରୀମାନେ ନିଜ ଶରୀରରେ ଲେପନ କରିଲେ ତାର ସବୁ କାମରେ ଯଶ ହୁଏ ଏବଂ ସମସ୍ତେ ତାର ବଶୀଭୂତ ହୁଅନ୍ତି । ଆଉ ସମସ୍ତ ବିପଦ ଦୂରହୁଏ ।

୧୪. ଶନିବାର ଦିନ ସକାଳୁ ଡାଳିମ୍ବ ଗଛରୁ ପୂର୍ବପାଖରୁ ଚେର ଖଣ୍ଡେ ନେଇ ଗୃହରେ ରଖିଲେ ସେ ଗୃହରେ ଆକସ୍ମିକ ଭାବରେ ସମ୍ପଦ ବୃଦ୍ଧି ହୁଏ ।

୧୫. ପୁଷ୍ୟାନକ୍ଷତ୍ରରେ ଡାଳିମ୍ବ ପତ୍ରରସ ନସ୍ୟଗ୍ରହଣ ଏବଂ ଚକ୍ଷୁରେ ଅଞ୍ଜନ ଗ୍ରହଣ କରିବା ଦ୍ୱାର ଭବିଷ୍ୟତ ଦୃଶ୍ୟ ହୁଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!