ସବୁ ସମସ୍ୟା ହୋଇପାରିବ ଦୂର। କରନ୍ତୁ ଲେମ୍ବୁର ଏହି ୧୦ଟି ଚମତ୍କାରୀ ଉପାୟ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁ ସମସ୍ୟା ହୋଇପାରିବ ଦୂର। କରନ୍ତୁ ଲେମ୍ବୁର ଏହି ୧୦ଟି ଚମତ୍କାରୀ ଉପାୟ!

ବହୁତ ଲୋକ ଲେମ୍ବୁର ତାନ୍ତ୍ରିକ ପ୍ରୟୋଗ କରିଥାନ୍ତି କିନ୍ତୁ ଏହାର ସାତ୍ଵିକ ବ୍ୟବହାର ମଧ୍ୟ ହୁଏ। ଏଠାରେ ଆମେ ସେ ସାତ୍ଵିକ ଉପାୟରୁ କିଛି କହିବୁ ଯାହା ସମାଜରେ ମଧ୍ୟ ପ୍ରଚଳିତ ଅଛି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଲେମ୍ବୁ ବହୁତ ଲାଭଦାୟକ ଅଟେ। କିନ୍ତୁ ଲେମ୍ବୁରେ ଆପଣଙ୍କ ସଙ୍କଟ ଦୂର କରିବାର କ୍ଷମତା ମଧ୍ୟ ଅଛି। ଏବଂ ଏହି ଲେମ୍ବୁ ଆପଣଙ୍କୁ ଧନୀ ମଧ୍ୟ ବନେଇପାରେ।

ଆସନ୍ତୁ ଜାଣିବା ଲେମ୍ବୁର ୧୦ଟି ଚମତ୍କାରୀ ଉପାୟ-

୧। ଖରାପ ଦୃଷ୍ଟିରୁ ବଞ୍ଚାଏ-

ଏହି ଉପାୟ ଆପଣ ମାନେ ଜାଣିଥିବେ ନିଶ୍ଚିନ୍ତ। ଆପଣମାନେ ଦେଖିଥିବେ ଖରାପ ନଜରରୁ ବଞ୍ଚିବା ପାଇଁ ଘରେ ହଊ ବା ଦୋକାନ ମାନଙ୍କରେ କିଛି ଲଙ୍କା ସହ ଲେମ୍ବୁକୁ ବାନ୍ଧି ତାକୁ ଟଙ୍ଗାଯାଏ। କାହିଁକି ନା ଲେମ୍ବୁ ଖରାପ ଦୃଷ୍ଟିରୁ ବଞ୍ଚାଇବାରେ ସାହାଯ୍ୟ କରେ। କୁହାଯାଏ କି ଲେମ୍ବୁର ଖଟା ଅଂଶ ଓ ଲଙ୍କାର ରାଗ ଅଂଶ ଖରାପ ଦ୍ରୁଷ୍ଟି ଥିବା ଲୋକର ଏକାଗ୍ରତା ଭାଙ୍ଗିଥାଏ। ଯାହା ଦ୍ଵାରା ସେ ଅଧିକ ସମୟ ଧରି ଘର ବା ଦୋକାନକୁ ଦେଖିପାରେ ନାହିଁ।

ଆହୁରି ପଢନ୍ତୁ: ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ

୨। ବାସ୍ତୁ ଦୋଷ ଦୂର କରେ ଲେମ୍ବୁ-

ଯେଉଁ ଘରେ ଲେମ୍ବୁ ଗଛ ଥାଏ ସେଠି କୌଣସି ପ୍ରକାରର ନାକାରାତ୍ମକ ଊର୍ଜା ସକ୍ରିୟ ହୋଇପାରେ ନାହିଁ। ଲେମ୍ବୁ ଗଛ ଥିବା ଜାଗାରେ ପରିବେଶ ଶୁଦ୍ଧ, ସ୍ବଚ୍ଛ ଓ ସାକାରାତ୍ମକ ଊର୍ଜାରେ ଭରପୁର ରୁହେ। ଲେମ୍ବୁ ଗଛ ଘରର ବାସ୍ତୁ ଦୋଷକୁ ଦୂର କରେ। ଯଦି ଲେମ୍ବୁ ଗଛ ନାହିଁ ତେବେ ଗୋଟେ ଲେମ୍ବୁ ନେଇ ତାକୁ ଘରର ଚାରିପଟେ ବୁଲାଇ କୌଣସି ଏକ ସୁନସାନ ଜାଗାରେ ତାକୁ ଚାରିଫାଳ କରି ଚାରି ଦିଗରେ ଗୋଟେ ଗୋଟେ ଫାଳ ପକାଇ ଆସନ୍ତୁ। ଫେରିବା ବେଳେ ପଛକୁ ବୁଲି ଦେଖନ୍ତୁ ନାହିଁ।

୩। ସଫଳତା ପାଇଁ-

କଠିନ ପରିଶ୍ରମ କରି ମଧ୍ୟ ଯଦି ସଫଳତା ମିଳୁ ନାହିଁ ତେବେ କୌଣସି ଏକ ହନୁମାନ ମନ୍ଦିରକୁ ଯାଆନ୍ତୁ ଓ ସାଙ୍ଗରେ ଗୋଟେ ଲେମ୍ବୁ ଓ ୪ଟି ଲବଙ୍ଗ ନେଇକି ଯାଆନ୍ତୁ। ମନ୍ଦିରରେ ପହଞ୍ଚିବା ପରେ ଲେମ୍ବୁ ଉପରେ ୪ଟି ଯାକ ଲବଙ୍ଗ ଲଗାଇ ଦିଅନ୍ତୁ। ଏହା ପରେ ହନୁମାନ ଚାଳିଶା ପାଠ କରନ୍ତୁ। ଏହା ପରେ ହନୁମାନଙ୍କୁ ସଫଳତା ପାଇବା ପାଇଁ ପାର୍ଥନା କରନ୍ତୁ ଓ ଲେମ୍ବୁ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ। ଏହା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ସଫଳତାର ସମ୍ଭାବନା ବଢିଥାଏ।

୪। ଖରାପ ଦ୍ରୁଷ୍ଟି ଛଡାଇବା ପାଇଁ-

ଯଦି କୌଣସି ଶିଶୁକୁ ବା ବଡଲୋକଙ୍କୁ ମଧ୍ୟ ଖରାପ ନଜର ଲାଗି ଥାଏ ତେବେ ତାଙ୍କ ମୁଣ୍ଡ ଉପରୁ ପାଦ ପର୍ଯ୍ୟନ୍ତ ୭ଥର ଲେମ୍ବୁକୁ ବୁଲାନ୍ତୁ, ଏହା ପରେ ସେହି ଲେମ୍ବୁକୁ ଚାରି ଫାଳ କରି କୌଣସି ଏକ ନିର୍ଜନ ସ୍ଥାନରେ ଫୋପାଡି ଦିଅନ୍ତୁ। ଏହାକୁ ଫୋପାଡିବା ପରେ ପଛକୁ ଦେଖନ୍ତୁ ନାହିଁ।

୫। ବ୍ୟବସାୟରେ ଲାଭ ପାଇଁ-

ଯଦି କାହାର ବ୍ୟବସାୟ ଠିକରେ ଚାଲୁ ନାହିଁ ତେବେ ତାହା ପାଇଁ ଏକ ଛୋଟ ଉପାୟ ଅଛି। ଗୋଟେ ଲେମ୍ବୁକୁ ଦୋକାନର ଚାରି କାନ୍ଥରେ ସ୍ପର୍ଶ କରାନ୍ତୁ। ଏହାପରେ ଲେମ୍ବୁକୁ ଚାରି ଭାଗରେ କାଟି ଚାରି ଦିଗରେ ଗୋଟେ ଗୋଟେ ଫାଳ ଫୋପାଡି ଦିଅନ୍ତୁ। ଏହା ଦ୍ଵାରା ଦୋକାନର ନାକାରାତ୍ମକ ଊର୍ଜା ନଷ୍ଟ ହୋଇ ବ୍ୟବସାୟରେ ଲାଭ ହେବା ଆରମ୍ଭ ହେବ। ଏହି ଉପାୟ ୭ଟି ଶନିବାର କରନ୍ତୁ।

୬। ଭାଗ୍ୟ ବୃଦ୍ଧି ପାଇଁ-

ଗୋଟେ ଲେମ୍ବୁକୁ ନିଜ ମୁଣ୍ଡ ଉପରେ ୭ଥର ବୁଲାଇ ତାକୁ ଦୁଇ ଫାଳ କରନ୍ତୁ। ବାମ ହାତରେ ଥିବା ଲେମ୍ବୁକୁ ଡାହାଣ ପଟେ ଓ ଡାହାଣ ହାତରେ ଥିବା ଲେମ୍ବୁକୁ ବାମ ପଟେ ଫୋପାଡି ଦିଅନ୍ତୁ।

୭। ଚାକିରି ପାଇଁ-

ଗୋଟେ ଲେମ୍ବୁ ଉପରେ ୪ଟି ଲବଙ୍ଗ ଲଗାଇ “ଓଁ ଶ୍ରୀ ହନୁମତେ ନମଃ” ମନ୍ତ୍ରକୁ ୧୦୮ ଥର ଜପ କରି ସେହି ଲେମ୍ବୁକୁ ନିଜ ସହ ନେଇକି ଯାଆନ୍ତୁ। ଆପଣଙ୍କ କାମ ନିଶ୍ଚିନ୍ତ ହେବ। ଯଦି ବହୁତ ଚେଷ୍ଟା କରି ମଧ୍ୟ ଚାକିରି ମିଳୁ ନାହିଁ, ତେବେ ଗୋଟେ ବଡ ଲେମ୍ବୁ ନେଇ ୧୨ଟା ବାଜିବା ପୂର୍ବରୁ ଏକ ଚାରିଛକରେ ଯାଇ ତାର ଚାରି ଫାଳ କରି ଚାରି ଦିଗରେ ଫିଙ୍ଗି ଦିଅନ୍ତୁ। ଫଳ ସ୍ୱରୂପ ଚାକିରି ସମସ୍ୟା ଦୂର ହେବ।

ଆହୁରି ପଢନ୍ତୁ: ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଡାଳିମ୍ବରେ ଥିବା ଔଷଧୀୟ ଗୁଣ ସମ୍ବନ୍ଧରେ..

୮। ରୋଗରୁ ମୁକ୍ତି ପାଇଁ-

ଯଦି ଘରେ କେହି ବ୍ୟକ୍ତି ରୋଗାଗ୍ରସ୍ତ ଅଛନ୍ତି ଏବଂ ବହୁତ ଔଷଧ ଖାଇବା ପରେ ମଧ୍ୟ ଭଲ ହେଉନାହାନ୍ତି ତେବେ ଶନିବାର ଦିନ ଗୋଟେ ଲେମ୍ବୁ ନେଇ ରୋଗୀର ମୁଣ୍ଡ ଉପରେ ବୁଲାନ୍ତୁ। ଗୋଟେ ଛୁରୀକୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସ୍ପର୍ଶକାରୟ ଲେମ୍ବୁକୁ ମଝିରୁ କାଟି ଦିଅନ୍ତୁ। ଦୁଇଟି ଯାକ ଫାଳ ଦୁଇଟି ଦିଗରେ ସନ୍ଧ୍ୟା ସମୟରେ ଫୋପାଡି ଦିଅନ୍ତୁ। ଏହି ଉପାଯରେ ସମୟର ବହୁତ ମହତ୍ଵ ଅଛି।

୯। ସନ୍ତାନ ପ୍ରାପ୍ତି ପାଇଁ-

ଏହି ଉପାୟ କୌଣସି ଏକ ଜ୍ୟୋତିଷଙ୍କ ପରାମର୍ଶ ନେଇ କରନ୍ତୁ। ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରରେ ଲେମ୍ବୁର ଚେର ଆଣି ତାକୁ ଗାଈ କ୍ଷୀରରେ ମିଶାଇ ନିଃସନ୍ତାନ ସ୍ତ୍ରୀଙ୍କୁ ପିବାକୁ ଦିଅନ୍ତୁ। ଏହା ଦ୍ଵାରା ସନ୍ତାନ ପ୍ରାପ୍ତିର ସମସ୍ୟା ଦୂର ହେବ।

୧୦। ସୁଖ ସମୃଦ୍ଧି ପାଇଁ-

ବେଳେ ବେଳେ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାର ସୁଖ ସମୃଦ୍ଧି ଦୂର ହୋଇ ଦୁଃଖ ଓ ଦାରିଦ୍ର୍ୟତା ଦେଖା ଦିଏ। ସବୁ ପ୍ରକାରର ପ୍ରଗତି ଅଟକି ଯାଏ। ଏମିତି ଲାଗେ ଯେମିତି କେହି ବାନ୍ଧି ଦେଇଛି। ଯଦି ଆପଣ ଏମିତି ଅନୁଭବ କରୁଛନ୍ତି ତେବେ ଏହି ଉପାୟ କରନ୍ତୁ।

ଗୋଟେ ଲେମ୍ବୁକୁ ନିଜ ଉପରେ 7ଥର ବୁଲାଇ ଦୁଇ ଭାଗ କରି ଗୋଟେ ଭାଗ ପଛକୁ ଓ ଗୋଟେ ଭାଗ ଆଗକୁ ଫୋପାଡି କାମକୁ ଯାଅନ୍ତୁ ବା ଘରକୁ ଫେରି ଆସନ୍ତୁ। ଏହା ପରେ ସବୁ ପ୍ରକାର ସୁଖ ସମୃଦ୍ଧିର ରାସ୍ତା ଖୋଲିଯିବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!