କଟକିଦଳ ଦ୍ଵାରା କଟିଯିବ ଅଶୁଭତ୍ଵ ଓ ଲକ୍ଷ୍ମୀଙ୍କ ଆଗମନ ହେବ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

କଟକିଦଳ ଦ୍ଵାରା କଟିଯିବ ଅଶୁଭତ୍ଵ ଓ ଲକ୍ଷ୍ମୀଙ୍କ ଆଗମନ ହେବ।

ଅଲକ୍ଷ୍ମୀ ତିନୋଟି ଜିନିଷରେ ଆକର୍ଷିତ ହୋଇଥାନ୍ତି ଯଥା – ଅଳିଆ, ଆବର୍ଜନା, ଅନ୍ଧକାରମୟ ପରିବେଶ କିନ୍ତୁ ଧନଦା ଲକ୍ଷ୍ମୀ ସର୍ବଦା ତିନୋଟି ଜିନିଷରେ ଆକର୍ଷିତ ହୁଅନ୍ତି ତାହା ହେଲା- ସଫାସୁତୁରା, ସାଜସଜା ଓ ଆଲୋକ। 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ଯେତେ ଗୁଡିଏ ଉପାୟ ଦିଆ ଯାଇଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଉପାୟ ହେଲା ନିଜେ ସଫାସୁତୁରା ରହିବା ସହ ବାସସ୍ଥାନ ବା ବାସକରୁଥିବା ଘରଦ୍ଵାରକୁ ସଫାସୁତୁରା ରଖିବା।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ବୁଢିଆଣୀଜାଲ, ଅଲନ୍ଧୁକୁ ଝାଡୁମାରି ସଫାକରିବା କଳାଦାଗ ରଖେଇ ନଦେବା ଆନନ୍ଦଦାୟକ ରଙ୍ଗରେ ଘରଭିତର ବାହାର ରଙ୍ଗିନ୍ କରିବା ଘରଉପରକୁ ଲତାଗଛ ଆଦି ମଡେଇ ନଦେଲେ ଅଲକ୍ଷ୍ମୀ ଗୃହକୁ ପଶି ପାରିବେ ନାହିଁ।

ଲକ୍ଷ୍ମୀଙ୍କୁ ପାଇବାର ସବୁଠୁ ସହଜ ଉପାୟ ହେଉଛି ସାଜସଜାର ମହତ୍ଵ ବା ଘରେ ଥିବା ବସ୍ତୁକୁ ଠିକ୍ ସ୍ଥାନରେ ସଜାଇ ରଖିବା। ଏହା ପରେ ସବୁଠୁ ମହତ୍ଵପୂର୍ଣ୍ଣ ବିଷୟହେଲା ଆଲୋକ ଯାହା ଲକ୍ଷ୍ମୀଙ୍କୁ ଆକର୍ଷିତ କରେ। ଘରର କୌଣସି କ୍ଷେତ୍ର କେବେବି କୌଣସି ପରିସ୍ଥିତିରେ ଅନ୍ଧାର ରଖିବେ ନାହିଁ। ଏହି ତିନୋଟି କଥାକୁ ମାନି ଯଦି ଲକ୍ଷ୍ମୀ ପ୍ରାପ୍ତି ପାଇଁ କୌଣସି ଉପାୟ କରାଯାଏ ତେବେ ତାହା ଶିଘ୍ର ସଫଳ ହେବ।

ଆହୁରି ପଢନ୍ତୁ: ଏହି ୫ଟି ରାଶିର ପୁଅ ନିଜ ସ୍ତ୍ରୀଙ୍କୁ ଅଧିକ ଭଲ ପାଇଥାନ୍ତି।

କଟକି ଦଳର ଉପାୟ:-

ଘରର ଉନ୍ନତି ପାଇଁ ଗୁରୁବାର ଦିନ କଟକି ଦଳର ଫୁଲକୁ କିମ୍ବା ନାଡଥିବା ପାଞ୍ଚଟି ପତ୍ରକୁ ହଳଦିଆ ବସ୍ତ୍ରରେ ବାନ୍ଧି ରୋଷେଇ ଘରେ ଐଶାନ୍ୟ କୋଣରେ ଟାଙ୍ଗିଲେ ଅଭାବ ଅନାଟନ ଶିଘ୍ର ଦୂର ହୋଇଯିବ। ସର୍ବଦା ମା ଲକ୍ଷ୍ମୀଙ୍କର କୃପା ସେମିତି ରହିବା ପାଇଁ ସବୁ ଗୁରୁବାର ଦିନ ଦଳର ଫୁଲକୁ ବା ପତ୍ରକୁ  ବଦଳେଇବା ଉଚିତ୍।

ପୁରୁଣା ଦଳର ଫୁଲକୁ ବା ପତ୍ରକୁ  କୌଣସି ପୋଖରୀ, ନଈ, ନାଳ କିମ୍ବା ସୁନସାନ ରାସ୍ତା ମଝିରେ ଓ ତ୍ରିଛକି ସ୍ଥାନରେ ବିସର୍ଜିତ କରି ଦିଅନ୍ତୁ। ଯଦି କୌଣସି କାରଣ ବଶତ କୌଣସି ଗୁରୁବାର ଦିନ ବଦଳେଇ ନପାରିଲେ ତେବେ ଆସନ୍ତା ଗୁରୁବାର ଦିନ ବଦଳେଇ ଦିଅନ୍ତୁ। ଦଳ କୌଣସି ବି ପୋଖରୀରୁ ମିଳିପାରିବ।

ଆହୁରି ପଢନ୍ତୁ: ଆଜିଠାରୁ ମା ଦୁର୍ଗା ଓ ଶନି ଦେବ ପୂରଣ କରିବେ ଏହି ୩ଟି ରାଶିର ସବୁ ଇଚ୍ଛା। 

ବୈଦିକ ନୀତିନିୟମ ପାଳନ କରି ସଦାସର୍ବଦା ସଦାଚାର ରୁହନ୍ତୁ। ସାଧୁ-ସନ୍ଥ, ମା-ବାପା ଓ ଗୁରୁଙ୍କର ସେବା କରି ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!