Vastu Gruha Subha

ବାସ୍ତୁ କଣ ? || ଗୃହ ଶୁଭଦେବା ଓ ନିର୍ମାଣ ପୂର୍ବରୁ ଜାଣନ୍ତୁ || ଗୃହ ପ୍ରବେଶ ବିଧି || ଗୃହ ନିର୍ମାଣପାଇଁ ଶୁଭ ସମୟ || ରାଶି ଅନୁଯାୟୀ ଗୃହାରମ୍ଭ || ରୋଗ ଓ ତାର ପ୍ରତିକାର || ଦିଗ ନିର୍ଣ୍ଣୟ || ବାସ୍ତୁ ଓ କୃଷିକ୍ଷେତ୍ର || ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ || ବାସ୍ତୁ ଦୋଷ ଓ ତାର ପ୍ରତିକାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଗୃହ ଶୁଭଦେବା ପୂର୍ବରୁ ଜାଣନ୍ତୁ:


  ନିମ୍ନଲିଖିତ କେତୋଟି ସାଧାରଣ କଥା ମନେରଖିବା ଦରକାର। ନୂତନ ଗୃହର ଶୁଭଦେବାପାଇଁ ଶୁଭ ମୁହୂର୍ତ୍ତ ନିର୍ଣ୍ଣୟ କଲାବେଳେ ନାଗର ସ୍ଥିତି ବିଚାର କରିବ। ବାସ୍ତୁଶାସ୍ତ୍ର ମତରେ ଭୂଖଣ୍ଡକୁ ବେଷ୍ଟନ କରି ରହିଛି ଚଳମାନ ନାଗ ବାସୁକି। ଭାଦ୍ର-ଆଶ୍ୱିନ-କାର୍ତ୍ତିକରେ ନାଗ ପୂର୍ବମୁଖୀ ହୋଇ ଶୋଇଥାଏ। ତେଣୁ ଏହାର ପୃଷ୍ଠ ଉତ୍ତରକୁ ଓ ପୁଚ୍ଛ ପଶ୍ଚିମକୁ ରହିଥାଏ। ମାର୍ଗଶିର, ପୌଷ-ମାଘ ମାସରେ ନାଗ ଦକ୍ଷିଣମୁଖୀ ହୋଇ ବାମ ପାଶ୍ୱର୍ରେ ଶୟନ କରେ। ତେଣୁ ଏହାର ପୃଷ୍ଠ ପୂର୍ବ ଓ ପୁଚ୍ଛ ଉତ୍ତର ଦିଗକୁ ରହିଥାଏ। ଫାଲଗୁନ, ଚୈତ୍ର, ବୈଶାଖ ମାସରେ ନାଗ ପଶ୍ଚିମମୁଖୀ ହୋଇ ଶୟନ କରେ। ତେଣୁ ଏହାର ପିଠି ଦକ୍ଷିଣ ଓ ପୁଚ୍ଛ ପୂର୍ବ ଦିଗକୁ ରହିଥାଏ। ଜ୍ୟେଷ୍ଠ, ଆଷାଢ଼-ଶ୍ରାବଣରେ ନାଗ ଉତ୍ତରମୁଖୀ ହୋଇ ବାମ କଡ ମାଡି ଶୟନ କରେ। ତେଣୁ ଏହାର ପୃଷ୍ଠ ପଶ୍ଚିମ ଓ ପୁଚ୍ଛ ଦକ୍ଷିଣ ଦିଗକୁ ରହିଥାଏ। ନାଗର ମୁଣ୍ଡ, ପିଠି ଓ ଲାଞ୍ଜରେ ଶୁଭଦେଲେ ଯଥାକ୍ରମେ ଗୃହସ୍ୱାମୀର ମୃତ୍ୟୁ, ସ୍ତ୍ରୀ ପୁତ୍ରଙ୍କ ମୃତୁ୍ୟ ଓ ସର୍ବନାଶ ଘଟିଥାଏ। ତେଣୁ ଶୁଭଦେବା ବେଳେ ନାଗ-ବିଚାର କରି ନାଗର କ୍ରୋଡ଼ରେ ଶୁଭଦେବା ଉଚିତ୍। ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ ଏହି ତିନିମାସ ମଧ୍ୟରେ ଗୃହାରମ୍ଭ କଲେ ନାଗର ମୁଣ୍ଡ ପୂର୍ବକୁ ଲାଞ୍ଜ ପଶ୍ଚିମକୁ ଓ ପିଠି ଉତ୍ତରକୁ ରହୁଥିବାରୁ ଦକ୍ଷିଣ ଦିଗଟି ଅନାକ୍ରାନ୍ତ ବା କ୍ରୋଡ଼ ହେବ ଓ ଏହିଠାରେ ଶୁଭଦେବା ଉତ୍ତମ। ମାର୍ଗଶିର, ପୌଷ-ମାଘ ଏହି ତିନି ମାସ ମଧ୍ୟରେ ଗୃହାରମ୍ଭ କଲେ ନାଗର ମୁଣ୍ଡ ଦକ୍ଷିଣକୁ, ପିଠି ପୂର୍ବକୁ, ଲାଞ୍ଜ ଉତ୍ତରକୁ ରହୁଥିôବାରୁ ପଶ୍ଚିମଦିଗ ଅନାକ୍ରାନ୍ତ ବା କ୍ରୋଡ଼ ହେବ ଏବଂ ଏହିଠାରେ ଶୁଭଦେବା ଉତ୍ତମ। ଫାଲଗୁନ, ଚୈତ୍ର-ବୈଶାଖ ଏହି ତିନିମାସ ମଧ୍ୟରେ ଗୃହାରମ୍ଭ କଲେ ନାଗର ମୁଣ୍ଡ ପଶ୍ଚିମଦିଗରେ, ପିଠି ଦକ୍ଷିଣ ଦିଗରେ, ପୁଚ୍ଛ ପୂର୍ବ ଦିଗରେ ରହୁଥିବାରୁ ଉତ୍ତର ଦିଗଟି ଅନାକ୍ରାନ୍ତ ବା କ୍ରୋଡ଼ ହେବ ଏବଂ ଉତ୍ତର ଦିଗରେ ଶୁଭଦେବା ଉତ୍ତମ। ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ ଏହି ତିନି ମାସରେ ଗୃହାରମ୍ଭ କଲେ ନାଗର ମୁଣ୍ଡ ଉତ୍ତର ଦିଗରେ, ପିଠି ପଶ୍ଚିମ ଦିଗରେ, ପୁଚ୍ଛ ଦକ୍ଷିଣ ଦିଗରେ ଥିôବାରୁ ପୂର୍ବଦିଗଟି ଅନାକ୍ରାନ୍ତ ବା କ୍ରୋଡ଼ ହେବ ଏବଂ ଏହିଠାରେ ଶୁଭଦେଲେ ସମସ୍ତ ସୁଖପ୍ରାପ୍ତି ହେବ। ଏହିପ୍ରକାରେ ଚାରିଦିଗ ଭୋଗ କରଇ ବାସ୍ତୁନାଗ ନାଗରକ୍ରୋଡ଼େ ଦେଲେ ଶୁଭ ସର୍ବତ୍ର ମଙ୍ଗଳ ହୋଇବ।

ଗୃହ ନିର୍ମାଣ ପୂର୍ବରୁ ଜାଣନ୍ତୁ:


 ଗୃହ ନିର୍ମାଣ କରିବା ପୂର୍ବରୁ ବାସ୍ତୁପୁରୁଷ କେଉଁଠି ରହିଛନ୍ତି ତାହା ନିର୍ଦ୍ଧାରଣ କରିବା ନିତ୍ୟାନ୍ତ ଆବଶ୍ୟକ। ଗୃହାରମ୍ଭ କରିବା ଦିନର ତିଥି ସଂଖ୍ୟାରେ ୪ ମିଶାଅ। ଯୋଗଫଳକୁ ୨ରେ ଗୁଣ। ଗୁଣଫଳରେ ଗୃହସ୍ୱାମୀଙ୍କ ନାମାକ୍ଷର ସଂଖ୍ୟା ମିଶାଅ। ଯୋଗଫଳକୁ ୩ଦ୍ୱାରା ଭାଗ କର। ଭାଗଶେଷ ୧ ରହିଲେ ବାସ୍ତୁପୁରୁଷ ସ୍ୱର୍ଗରେ, ଭାଗଶେଷ ୨ ରହିଲେ ବାସ୍ତୁପୁରୁଷ ପାତାଳରେ, ଭାଗଶେଷ ୦ ରହିଲେ ବାସ୍ତୁପୁରୁଷ ମର୍ତ୍ତ୍ୟଲୋକରେ ରହିଛନ୍ତି। ସ୍ୱର୍ଗ ଓ ପାତାଳରେ ଶୁଭ ଏବଂ ମର୍ତ୍ତ୍ୟଲୋକରେ ମୃତୁ୍ୟକାରକ ହୁଅନ୍ତି। ଗୃହାରମ୍ଭ ଦିନ ନିର୍ଦ୍ଧାରଣ କଲା ପରେ ବାସ୍ତୁପୂଜା କେଉଁ ଜାଗାରେ କରିବା ବିଧ୍ୟେୟ ତାହା ବାସ୍ତୁ ପ୍ରଦୀପରେ ଉଲ୍ଲେଖ ଅଛି ଯେ ସିଂହ, କନ୍ୟା, ତୁଳା ଏହି ତିନିମାସରେ ନୈଋତ କୋଣରେ, ବିଚ୍ଛା, ଧନୁ, ମକର ଏହି ତିନି ମାସରେ ବାୟବ୍ୟ କୋଣରେ, କୁମ୍ଭ, ମୀନ, ମେଷ ଏହି ତିନି ମାସରେ ଐଶାନ୍ୟ କୋଣରେ ଏବଂ ବୃଷ, ମିଥୁନ, କର୍କଟ ଏହି ତିନି ମସରେ ଆଗ୍ନେୟ କୋଣରେ ବାସ୍ତୁପୂଜା କଲ୍ୟାଣକାରୀ ହୋଇଥାଏ। ଗୃହନିର୍ମାଣଠାରୁ ପ୍ରତିଷ୍ଠା ପର୍ଯ୍ୟନ୍ତ ତିନିଥର ବାସ୍ତୁପୂଜା କରିବା ଉଚିତ୍। ପ୍ରଥମେ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ, ଦ୍ୱିତୀୟଟି ମୁଖ୍ୟଦ୍ୱାର ସ୍ଥାପନ ସମୟରେ ଏବଂ ତୃତୀୟଟି ଗୃହ ପ୍ରବେଶ ସମୟରେ।

 ଗୃହ ନିର୍ମାଣ କରିବାର ସିଦ୍ଧାନ୍ତ ନେବାପରେ ବର୍ତ୍ତମାନ କେତେ ଫୁଟରେ କେତେଫୁଟ ଗୃହ ନିର୍ମାଣ କରିବେ ତାହା ଗୃହକର୍ତ୍ତାଙ୍କ ପାଇଁ ଶୁଭ କି ଅଶୁଭ ଜାଣିବା ପାଇଁ ନିମ୍ନରେ କେତେକ ବିଷୟରେ ବିସ୍ତୃତଭାବେ ଆଲୋଚନା କରୁଅଛି। ପ୍ରଥମେ ଦୈର୍ଘ୍ୟ + ପ୍ରସ୍ଥ ଯେତେ ହେବ, ତାକୁ ଦ୍ୱିଗୁଣ କରି ୮ଦ୍ୱାରା ହରିବ ଓ ଭାଗଫଳକୁ ୩ ଦ୍ୱାରା ହରିଲେ ଭାଗଶେଷ ଯଦି ୧ ରହେ ତେବେ ଗୋକ୍ଷୁରୀ ନାଗ, ୨ରେ ଖରୀଶ ନାଗ ଓ ୩ରେ କାଳୀନାଗ ହେବ। ଗୋକ୍ଷୁରୀ ନାଗରେ ଗୃହ ନିର୍ମାଣ କଲେ ସୁଖଦାୟକ, ଖରୀଶ ନାଗ ଧନଦାୟକ ଓ କାଳୀନାଗ ମୃତୁ୍ୟଦାୟକ ହେବ। ମାପ ନିଜ ହାତରେ ନେବ, ମନେରଖନ୍ତୁ – ୧ହାତ = ୨୪ ଆଙ୍ଗୁଳି = ୧ଫୁଟ ୬ ଇଞ୍ଚ। ମନେକର ଜଣେ ବ୍ୟକ୍ତି ୫ଫୁଟରେ ୭ଫୁଟ ଗୃହଟିଏ ନିର୍ମାଣ କରିବାକୁ ଇଚ୍ଛା କରିଛନ୍ତି। ୫+୭ = ୧୨ ଗୁଣନ ୨= ୨୪ ହରଣ ୮= ଭାଗଫଳ ୩ ହରଣ ୩ = ୦ ଏହା କାଳୀନାଗ ହେଉଥିବାରୁ ୫ଫୁଟରେ ୭ଫୁଟ ଗୃହଟିଏ ନିର୍ମାଣ କରିବା ଉଚିତ୍ ହେବ ନାହିଁ। ନାଗ-ବିଚାର ପରେ କୁର୍ମ-ବିଚାର କରିବ। ଏଥିପାଇଁ ଶୁଭଦେବା ଦିନର ତିଥି ସଂଖ୍ୟାକୁ ୫ରେ ଗୁଣି କୃତ୍ତିକାଦି ନକ୍ଷତ୍ର ସଂଖ୍ୟା ସେଥିରେ ଯୋଡ଼ିବ ଓ ତାପରେ ୧୨ ଯୋଗ କରିବ। ଯୋଗଫଳକୁ ୯ରେ ହରିବ। ଭାଗଶେଷ ୧,୪ କିମ୍ବା ୭ ରହିଲେ କୁର୍ମ ଜଳରେ, ଭାଗଶେଷ ୨, ୫ କିମ୍ବା ୮ ରହିଲେ କୁର୍ମ ଭୂମିସ୍ଥ ଏବଂ ଭାଗଶେଷ ୩, ୬ କିମ୍ବା ୯ ରହିଲେ କୁର୍ମ ଆକାଶରେ ଅବସ୍ଥିତ ବୋଲି ଜାଣିବ। କୁର୍ମ ଜଳରେ ଥିଲେ ଗୃହାରମ୍ଭ ଲାଭଦାୟକ, ଭୂମିସ୍ଥ ଥିଲେ ହାନିକାରକ ଓ ଆକାଶରେ ଥିଲେ ମୃତୁ୍ୟବତ୍ ପୀଡ଼ା ଦାୟକ। ଗୃହାରମ୍ଭ ପାଇଁ ଉଦ୍ଦିଷ୍ଟ ଶୁଭମାସ, ଶୁଭବାର, ଶୁଭତିଥି, ଶୁଭ ନକ୍ଷତ୍ର ଓ ଶୁଭ ଯୋଗାଦିର ଆବଶ୍ୟକତା ରହିଛି। ଗୃହାରମ୍ଭ ଅମୃତ ବା ମାହେନ୍ଦ୍ରବେଳାରେ ହେବା ଦରକାର। ଯେଉଁ ଅମୃତ ବା ମାହେନ୍ଦ୍ରବେଳାରେ ଗୃହାରମ୍ଭ ହେବ, ସେଦିନ ଶୁଭଲଗ୍ନଟିଏ ବାଛିବା ଜରୁରୀ, ଯେପରି ଲଗ୍ନର କେନ୍ଦ୍ରରେ, ତ୍ରିକୋଣରେ, ୨ୟ ବା ୧୧ଶରେ ଶୁଭ ଗ୍ରହ ରହିବେ ଏବଂ ୩ୟ, ୬ଷ୍ଠ ଓ ୧୨ଶରେ ପାପଗ୍ରହ ରହିବେ। କିନ୍ତୁ ଏପରି ଯୋଗ ଠିକ୍ ରୂପେ ମିଳିବା ସମୟ ସାପେକ୍ଷ। ତେଣୁ ଅନ୍ତତଃପକ୍ଷେ ଶୁଭଲଗ୍ନର ଉଦୟ ମଧ୍ୟରେ ବୃହସ୍ପତି କେନ୍ଦ୍ର ବା ତି୍ରକୋଣରେ ଓ ଶନି ୩,୬, ୧୧ରେ ରଖି ଲଗ୍ନ ସ୍ଥିର କରିବା ଠିକ୍ ହେବ। ଗୃହାରମ୍ଭ ସମୟରେ ସ୍ଥିର ଲଗ୍ନରେ ଗୃହାରମ୍ଭ କରିବେ। ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ମୀନ ଏହି ଲଗ୍ନରେ ଶୁଭଦେବା ଉଚିତ୍ କିନ୍ତୁ ଲଗ୍ନାଧିପ ବଳବାନ ହେବା ଆବଶ୍ୟକ ଓ ୪ର୍ଥାଧିପ ଶୁଭସ୍ଥାନରେ ରହିବା ଉଚିତ। ଲଗ୍ନ ମଧ୍ୟ ଶୁଭଦୃଷ୍ଟ ହେବା ଆବଶ୍ୟକ। କିନ୍ତୁ ଏହିଦିନ ଗୃହ କର୍ତ୍ତୀ ଋତୁବତୀ ଥିଲେ କିମ୍ବା ଗର୍ଭ ୭ମାସ ଅତିକ୍ରମ କରିଥିଲେ ଗୃହାରମ୍ଭ କରିବା ଉଚିତ୍ ନୁହେଁ। ନାମ ରାଶିରେ ଗୃହାରମ୍ଭ କରିବା ଉଚିତ୍‌। ନାମରେଗୃହ ଜାତକରେ ବିବାହ କରିବା ଶାସ୍ତ୍ର ସମ୍ମତ।

ବାସ୍ତୁ କଣ ? || ଗୃହ ଶୁଭଦେବା ଓ ନିର୍ମାଣ ପୂର୍ବରୁ ଜାଣନ୍ତୁ || ଗୃହ ପ୍ରବେଶ ବିଧି || ଗୃହ ନିର୍ମାଣପାଇଁ ଶୁଭ ସମୟ || ରାଶି ଅନୁଯାୟୀ ଗୃହାରମ୍ଭ || ରୋଗ ଓ ତାର ପ୍ରତିକାର || ଦିଗ ନିର୍ଣ୍ଣୟ || ବାସ୍ତୁ ଓ କୃଷିକ୍ଷେତ୍ର || ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ || ବାସ୍ତୁ ଦୋଷ ଓ ତାର ପ୍ରତିକାର

error: Content is protected !!